Report Card Odisha

| Daily Odia News

ମେସ୍କିକୋରେ ଭୂକମ୍ପ, ୨ ମୃତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମେସ୍କିକୋର ରାଜଧାନୀରେ ଭୂକମ୍ପର ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୮ ରେକର୍ଡ କରାଯାଇଛି। ଭୂକମ୍ପ କାରଣରୁ ଅନେକ ବଡବଡ଼ ଘର କ୍ଷତିଗ୍ରସ୍ତ ହୋଇଛି। ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଖବର ମିଳିଛି। ଭୂକମ୍ପର କେନ୍ଦ୍ର ପଶ୍ଚିମ ମିଚୋଆକନରେ ପ୍ରଶାନ୍ତ ତଟ ନିକଟରେ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ନିକଟରେ ୨୪.୧ କିମି ଗଭୀର ଥିଲା। ଏହାର ୩ ଦିନ ପୂର୍ବରୁ ମଧ୍ୟ ମେସ୍କିକୋରେ ୭.୬ ତିବ୍ରତାର ଭୂକମ୍ପରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସମ୍ପୂର୍ଣ୍ଣ ମିଚୋଆକନରେ ପ୍ରାନ୍ତରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଏହାସହ କିଛି ସ୍ଥାନରେ ଅଟ୍ଟାଳିକା କ୍ଷତିଗ୍ରସ୍ତ ହେବା ସହ ରାଜମାର୍ଗରେ ଭୂସ୍ଖଳନ ହେବା ନେଇ ସୂଚନା ମିଳିଛି।

Breaking News