ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ପଏଣ୍ଟ ରେକର୍ଡ଼ କରାଯାଇଛି । କର୍ଣ୍ଣାଟକର ଉତ୍ତର-ଉତ୍ତରପୂର୍ବରେ ଆଜି ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନ୍ଏସସି) ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଇଛି । ୩.୩ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଆଜି ସକାଳେ ୭ଟା ୧୪ରେ ହୋଇଥିବା ଏନ୍ଏସସି ରିପୋର୍ଟ ଦେଇଛି। ଏହି ଭୂକମ୍ପର ଠିକଣାସ୍ଥଳ ଅକ୍ଷାଂଶ ୧୩.୫୫ ଥିବା ବେଳେ ଦ୍ରାଘିମା ୭୭.୭୬ ରେକର୍ଡ଼ କରାଯାଇଛି । ବେଙ୍ଗାଲୁରଠାରୁ ୬୬ କିମି (ଏନଏନଇ) ଦୂର ୨୩ କିମି ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଏନ୍ଏସସି ତଥ୍ୟ ଜାରି କରିଛି। ତେବେ ଏହି ଭୂକମ୍ପରେ କ୍ଷୟକ୍ଷତି ଜନିତ ରିପୋର୍ଟ ଆସି ନାହିଁ।






More Stories
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..