ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ବିଧାନ ସଭା ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ ସମୀକ୍ଷା କରି ପୁନଃ ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରଥମ ପାର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୭ ବଦଳରେ ଫେବୃଆରୀ ୨୮ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୩ ବଦଳରେ ମାର୍ଚ୍ଚ ୫ରେ ହେବ। ମାର୍ଚ୍ଚ ୧୦ରେ ଗଣିତି ହେବ। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଇମ୍ଫାଲର ପୂର୍ବ ଜିଲ୍ଲା ହିଂଙ୍ଗଗଙ୍ଗ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୬୦ ଆସନ ବିଶିଷ୍ଟ ମଣିପୁରରେ ନିର୍ବଚନକୁ ନେଇ ପ୍ରଚାର ଜୋର ଧରିଛି। ମଣିପୁରର ଭୌଗୋଳିକ ସ୍ଥିତି ସହିତ ଆତଙ୍କବାଦୀ ସଂଗଠନଗୁଡ଼ିକ ନିର୍ବାଚନ ଆୟୋଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏହା ବ୍ୟତୀତ ଲାଇସେନ୍ସପ୍ରାପ୍ତ ବନ୍ଧୁକ ମଧ୍ୟ ରାଜ୍ୟରେ ଏକ ବଡ଼ ଆହ୍ୱାନ ବୋଲି କୁହାଯାଉଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ରାଜେଶ ଅଗ୍ରୱାଲଙ୍କ କହିବାନୁସାରେ, ଜାନୁଆରୀ ୮ରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ରାଜ୍ୟରେ ୧୫,୨୪୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜମା କରାଯାଇଛି । ଏଥିପାଇଁ ପୋଲିସ ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛି । ସେହିପରି ଏଠାରେ ଉଗ୍ରବାଦୀ ଗୋଷ୍ଠୀ ନିର୍ବାଚନ ଆୟୋଜନ ପାଇଁ ପ୍ରମୁଖ ସମସ୍ୟାର କାରଣ ପାଲଟିଛନ୍ତି।





More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..