Report Card Odisha

| Daily Odia News

ନରେଶ ଗୋୟଲଙ୍କୁ ଗିରଫ କଲା ଇଡି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ | ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗରେ ଆଜି ନରେଶଙ୍କୁ ଇଡି ଗିରଫ କରିଥିବା ଜଣାପଡିଛି | ସୂଚନା ଅନୁସାରେ, ଇଡ଼ି କାର୍ଯ୍ୟାଳୟରେ ଦୀର୍ଘ ସମୟ ପଚରାଉଚୁରା ପରେ ଗୋୟଲଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଗିରଫ କରାଯାଇଥିଲା। ତାଙ୍କୁ ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନିଆଯିବ ବୋଲି ସୂଚନା ମିଳିଛି। ଶୁକ୍ରବାର ସିବିଆଇ ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗ ନେଇ ଜେଟ ଏୟାରୱେଜର ଚେୟାରମ୍ୟାନ୍, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ପଞ୍ଜୀକରଣ କରିଥିଲା। ଗତବର୍ଷ ମେ ମାସରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା।

Breaking News