ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରଙ୍କ ପତ୍ନୀ ନଳିନୀ ଚି.ଦାମ୍ବରମ, ପୂର୍ବତନ ସିପିଆଇଏମ ବିଧାୟକ ଦେବେନ୍ଦନାଥ ବିଶ୍ୱାସ ଏବଂ ଅସାମର ଜଣେ ପୂର୍ବତନ ମନ୍ତ୍ରୀଙ୍କ ୬ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ। ସାରଦା ମନିଲଣ୍ଡରିଂ ମାମଲାରେ ଇଡି ସମ୍ପତ୍ତି ଆଟାଚ୍ କରିଥିବା ଜଣାପଡିଛି | ମନିଲଣ୍ଡରିଂ ଆକ୍ଟ ଅନୁଯାୟୀ, ୩.୩୦ କୋଟି ଟଙ୍କାର ସ୍ଥାବର ଏବଂ ୩ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତିକୁ ଆଟାଚ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି| ଏହି ସମ୍ପତି ଗୁଡ଼ିକର ସାରଦା ସମୂହ ଏବଂ ଅନ୍ୟମାନଙ୍କର ମାଲିକାନା ଥିଲା। ଯେଉଁମାନେ ଅନିୟମିତତା କରି ସମ୍ପତ୍ତି ଆୟ କରିଛନ୍ତି । ଇଡି ପକ୍ଷରୁ କୁହାଯାଛି ଯେ, ଏହି ଗ୍ରୁପ କମ୍ପାନୀ ୨ ହଜାର ୪୫୯ ଟଙ୍କା ସଂଗ୍ରହ କରିଛି । ସେଥିରୁ ପ୍ରାୟ ୧ ହଜାର ୯୮୩ କୋଟି ଟଙ୍କା ଜମାକାରୀଙ୍କ ପାଇଁ ସୁଧ ରାଶି ବ୍ୟତୀତ ବକେୟା ରହିଛି। ଇଡି ଏଯାଏଁ ୬୦୦ କୋଟି ଟଙ୍କା ସମ୍ପତ୍ତି ଆଟାଚ କରିଥିବା ସୂଚନା ମିଳିଛି |
Discussion about this post