ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢ଼ିଲା ଅଡୁଆ | ଅନୀଲଙ୍କ ନାଁରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଲୁକଆଉଟ ନୋଟିସ ଜାରୀ କରିଛି । ବିନା ଅନୁମତିରେ ଏବେ ସେ ଆଉ ଭାରତ ଛାଡିପାରିବେ ନାହିଁ । ମନି ଲଣ୍ଡ୍ରଂ ମାମଲାରେ ତାଙ୍କୁ ବାରମ୍ବାର ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ । ଫଳରେ ଇଡି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ, ଇଡି ବିରୋଧରେ ଅନୀଲ ଦେଶମୁଖ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳି ନ ଥିଲା । ସେ ଗୃହମନ୍ତ୍ରୀ ଥିବା ବେଳେ ପୋଲିସ କମିଶନର ପରମବୀର ସିଂଙ୍କ ନାଁରେ ୧୦୦ କୋଟି ଟଙ୍କାର ବଟି ଆଦାୟ କରିଥିଲେ । ଏବେ ଏହି ଘଟଣାର ତଦନ୍ତ ସିବିଆଇ ଏବଂ ଇଡି କରୁଛନ୍ତି ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..