ରିପୋର୍ଟ କାର୍ଡ / ଭୁବନେଶ୍ୱର
କେଶରୀ ରିଅଲ ଇଷ୍ଟେଟ ଅଫିସରେ ଇଡି ଚଢ଼ାଉ କରିଛି । କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘରେ ସମେତ ଏକ ସମୟରେ ତିନିଟି ସ୍ଥାନରେ ଚଢ଼ାଉ କରାଯାଇଛି। ରାଜଧାନୀରେ କେଶରୀ ଟକିଜ୍ ସ୍ଥିତ ଅଫିସ, ସୂର୍ଯ୍ୟ ନଗର ଏବଂ ବରହମପୁର ସ୍ଥିତ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି |ସୂଚନାଯୋଗ୍ୟ, କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦେଶକ ଅକ୍ଷୟ କୁମାର ଚୌଧୁରୀ ୨୦୦୮ରୁ ୨୦୧୯ ମଧ୍ୟରେ ଡୁପ୍ଲେକ୍ସ ଯୋଗାଇ ଦେବା ନାଁ ରେ ୧୮ଜଣଙ୍କ ଠାରୁ ୫ କୋଟି ୧୬ ଲକ୍ଷ ଟଙ୍କା ଲୁଟିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ନିଜ ଆଡୁ ମାମଲା କରି ୨୦୨୦ ମସିହାରେ ଅକ୍ଷୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..