ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତା ଅମାନତୁଲ୍ଲା ଖାନଙ୍କ ଘରେ ଇଡି ଚଢ଼ାଉ କରିଛି। ଗତ ବର୍ଷ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଆସିଥିବା ୱାକଫ ବୋର୍ଡ ଜମି ସ୍କାମ ଅଭିଯୋଗ ଆଧାରରେ ଇଡି ଏହି ଚଢ଼ାଉ କରିଥିବା ଜଣାପଡିଛି | ଗତ ବର୍ଷ ଦୁର୍ନୀତି ନିବାରଣ ବ୍ୟୁରୋ ଦିଲ୍ଲୀର ଅମାନତୁଲ୍ଲାଙ୍କ ସହ ଜଡିତ ୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ନଗଦ ୧୨ ଲକ୍ଷ ଟଙ୍କା, ୧ଟି ବିନା ଲାଇସେନ୍ସପ୍ରାପ୍ତ ପିସ୍ତଲ ଜବତ କରିଥିଲା । ଗତ ବର୍ଷ ଏସିବି ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଥିଲା ଏବଂ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା। ଗତ ବର୍ଷ ୱାକଫ ବୋର୍ଡ ମାମଲାରେ ଚଢ଼ାଉ ସମୟରେ କିଛି ଡାଏରୀ ମିଳିଥିଲା | ଆଉ ଏବେ ଡାଏରୀଗୁଡ଼ିକରେ ଲେଖାଯାଇଥିବା ତଥ୍ୟକୁ ନେଇ ଇଡି ଏହି ଚଢ଼ାଉ କରିଥିବା ସୂଚନା ମିଳିଛି |






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……