Report Card Odisha

| Daily Odia News

ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ର ସମନ୍‌…..

ରିପୋର୍ଟ କାର୍ଡ / ମୁମ୍ବାଇ

ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ପାନାମା ପେପର୍‌ ଲିକ୍‌ ମାମଲାରେ ଇ.ଡି. ସମନ୍‌ ଜାରି କରିଛି। ବୟାନ ରେକର୍ଡ କରାଇବା ଲାଗି ଆଜି ଐଶ୍ବର୍ଯ୍ୟା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେ ହାଜର ହେବେ। କିନ୍ତୁ, ଅନ୍ୟ ଏକ ରିପୋର୍ଟ ଅନୁସାରେ, ଜେରା ପାଇଁ ହାଜର ହେବାକୁ ଐଶ୍ବର୍ଯ୍ୟା ଆଉ ଏକ ତାରିଖ ପାଇଁ ଅନୁରୋଧ କରିଛନ୍ତି। ପୂର୍ବରୁ ମଧ୍ୟ ଇ.ଡି. ଅଭିନେତ୍ରୀ ଐଶ୍ବର୍ଯ୍ୟାଙ୍କୁ ସମନ ଜାରି କରିଥିଲା। କିନ୍ତୁ, ପରେ ଇ.ଡି.ରେ ହାଜର ହେବେ ବୋଲି ଐଶ୍ବର୍ଯ୍ୟାୟ ଅନୂନ ଦୁଇଥର ଅନୁରୋଧ କରିଥିଲେ | ଗଣମାଧ୍ୟମ ରିପୋର୍ଟ ଅନୁସାରେ-ଉପରୋକ୍ତ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡ୍ରିଙ୍ଗ୍‌ ଆକ୍ଟ୍‌୨୦୨୦’ରେ ଆର୍ଥିକ ଅପରାଧ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ପାନାମା ପେପର୍‌‌ ହେଉଛି ୨୦୧୬ ଏପ୍ରିଲ୍‌ରେ ପ୍ରକାଶିତ ସାଙ୍କେତିକ ଭାଷାରେ ପରିବର୍ତ୍ତିତ ୧୧.୫ ନିୟୁତ ଡଲାର୍‌ର ଗୁପ୍ତ ଦଲିଲପତ୍ର। ଏହା ଲିକ୍‌ ହେବା ଯୋଗୁଁ ୨୧୪,୪୮୮ଟି ବିଦେଶୀ ସଂସ୍ଥାର ଅର୍ଥନୈତିକ ବିବରଣୀ ପଦାରେ ପକାଇ ଦେଇଥିଲା। ଲିକ୍‌ ହୋଇଥିବା କିଛି ଦଲିଲପତ୍ରରେ ରହିଛି ୧୯୭୦ ଦଶକର ତଥ୍ୟାବଳୀ ଯାହାକ, ‘ପାନାମିଆନ୍‌ ଅଫ୍‌ସୋର୍‌ ଲ’ ଫାର୍ମ’ ଏବଂ କର୍ପୋରେଟ୍‌ ସେବା ଯୋଗାଣକାରୀ ‘ମୋଜାକ୍‌ ଫନ୍‌ସିକା’ ପ୍ରସ୍ତୁତ କରିଥିଲେ। ଏହି ଦଲିଲ୍‌ରେ ରହିଛି ବିଶ୍ବର ସାମ୍ପ୍ରତିକ ଏବଂ ପୂର୍ବତନ ନେତା, ସରକାରୀ ଅଧିକାରୀ, ରାଜନେତା, ସେଲିବ୍ରିଟି ଏବଂ କର୍ପୋରେଟ୍‌ ବ୍ୟକ୍ତିତ୍ବଙ୍କ ବ୍ୟକ୍ତିଗତ ଆର୍ଥିକ ସୂଚନା।

Breaking News