ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଚରାଉଚରା ପାଇଁ ଆସନ୍ତା ସପ୍ତାହରେ ତାଙ୍କୁ କଲକତା ଡକାଯାଇଛି। ତାଙ୍କ ବିରୋଧରେ ସହରର ନ୍ୟୁ ଟାଉନରେ ଫ୍ଲାଟ ପ୍ରତିଶ୍ରୁତି ଦେଇ ବରିଷ୍ଠ ନାଗରିକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ନୁସରତଙ୍କୁ ସେପ୍ଟେମ୍ବର ୧୨ରେ କେନ୍ଦ୍ରୀୟ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏଜେନ୍ସି ତାଙ୍କ ବୟାନ ରେକର୍ଡ଼ କରିବାର ସମ୍ଭାବନା ରହିଛି। କିଛି ବରିଷ୍ଠ ନାଗରିକଙ୍କ ଅଭିଯୋଗ ଆଧାରରେ ଇଡି ତଦନ୍ତ ଆରମ୍ଭ କରିଛି। ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ନ୍ୟୁ ଟାଉନ୍ ଅଞ୍ଚଳରେ ଫ୍ଲାଟ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ସେମାନେ ଅଭିଯୋଗ କରିଥିଲେ।






More Stories
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..