ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆକ୍ସନ ମୁଡ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ଏବେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ପଶିଛି। ଇଡିର ଏକ ଟିମ୍ ଆଜି ସକାଳୁ ମୁମ୍ବାଇର ଭଣ୍ଡୁପ ସ୍ଥିତ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଛି। ୧୦୩୪ କୋଟି ଟଙ୍କାର ପାତ୍ରା ଚାଲ୍ ଭୂମି ଦୁର୍ନୀତିରେ ରାଉତଙ୍କ ନାଁ ଆସିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ନିଆଯାଇପାରେ। ତାଙ୍କୁ ପୂର୍ବରୁ ଜୁଲାଇ ୧ ତାରିଖରେ ଏହି ମାମଲାରେ ଇଡି ପଚରାଉଚରା କରିସାରିଛି। ଏହାପରେ ୨୦ ଓ ୨୭ ଜୁଲାଇରେ ଡକା ଯାଇଥିଲା। କିନ୍ତୁ ସଂସଦ ଅଧିବେଶନ ଚାଲିଥିବା ହେତୁ ସେ ଅଗଷ୍ଟ ୭ ପରେ ହାଜର ହୋଇପାରିବେ ବୋଲି ତାଙ୍କ ଓକିଲଙ୍କ ମାଧ୍ୟମରେ ସୂଚନା ପଠାଇଥିଲେ। ଏହାପୂର୍ବରୁ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଥିବା ଅଭିଯାନକୁ ଦର୍ଶାଇ ରାଉତ ହାଜର ହେବାକୁ ଅଧିକ ସମୟ ମାଗିଥିଲେ। ହାଜର ହେବା ପାଇଁ ସମୟ ପରେ ସମୟ ଗଡାଇ ଚାଲିଥିବାରୁ ଆଜି ଇଡି ତାଙ୍କ ଘରେ ପଶିଛି। ଇଡି ଟିମ୍ ସହ ସିଆର୍ଫିଏମ୍ ଅଧିକାରୀ ମଧ୍ୟ ଅଛନ୍ତି।
More Stories
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୩୮ ମୃତ, ୨୯ ଆହତ……