ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ଅର୍ଥଲେଟିକ୍ସ ସ୍ବର୍ଣ୍ଣ ଜିତିବାର ଐତିହାସିକ ସଫଳ ହାସଲ କରିଥିବା ଜାଭଲିନ ଯୋଦ୍ଧା ନୀରଜ ଚୋପ୍ରା ରବିବାର ନୂଆଦିଲ୍ଲୀର ଲାଲକିଲ୍ଲାରେ ଅୟୋଜିତ ୭୫ ତମ ସ୍ୱାଧୀନତା ଦିଵମ ଉତ୍ସବରେ ଯୋଗଦେବେ ବେଇ ବେଶ ଉଲ୍ଲାସିତ ଥିଲେ | ସେ କହିଥିଲେ ଯେ ମନର ଭାବନା କହିବା ଅତ୍ୟନ୍ତ କଷ୍ଟକର | ଲାଲକିଲ୍ଲାରେ ଆୟୋଜିତ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବା ମୋ ପାଇଁ ସମ୍ମାନର ବିଷୟ | ମୋ ହୃଦୟ ଆବେଗରେ ଭରି ରହିଛି | ତ୍ରିରଙ୍ଗା ଗର୍ବରେ ଉଡୁଥିବା ଦୃଶ୍ୟ ମୋ ମନରେ ଶିହରଣ ଭରି ଦେଇଛି | ମୋ ବହୁତ ଗର୍ବିତ ଅନୁଭବ କରୁଛି | ତେବେ ଏହା ମୋ ଯାତ୍ରାରେ ଆରମ୍ଭ ମାତ୍ର |ଏକ ସରଳ ପରିବାରରୁ ଆସିଥିବା ମୋ ଭଳି ଜଣେ ବାଳକ ଏବେ ସମଗ୍ର ଦେଶର ପସନ୍ଦ ପୁଅ | ସରକାରଙ୍କ ତରଫରୁ ଆମେ ପାଉଥିବା ସମର୍ଥନ ଅବର୍ଣ୍ଣନୀୟ | ଏହା ଆମକୁ ଦେଶ ପାଇଁ ଅଧିକରୁ ଅଧିକ ପଦକ ଜିତିବା ଲାଗି ନିଶ୍ଚିତ ଭାବେ ଅନୁପ୍ରେରିତ କରିବା | ବିଭିନ୍ନ ରାଜ୍ୟ ସରକାର , ଘରୋଇ ସଂସ୍ଥା ଏବଂ କମ୍ପାନୀଙ୍କଠାରୁ କୋଟି କୋଟି ଟଙ୍କାର ଆର୍ଥିକ ପୁରଷ୍କାର ପାଇଥିବା ନିରାଜଙ୍କୁ ଭାରତୀୟ ଅଲିମ୍ପିକ୍ସ ସଂଘ ୭୫ ଲକ୍ଷ ଟଙ୍କାଦେଇଛି | ଏଥିଲାଗି ନୀରଜ ସଂଘକୁ ଧନ୍ୟବାଦ ଦେଇଛନ୍ତି |
More Stories
‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ….
ଲୁସାନେ ଡାଇମଣ୍ଡ ଲିଗ୍ ଦ୍ୱିତୀୟରେ ନୀରଜ ଚୋପ୍ରା……
ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ…..