Report Card Odisha

| Daily Odia News

ଏକାକାଳୀନ ମହିଳାଙ୍କୁ ୩ ଡୋଜ ଟିକା…..

ରିପୋର୍ଟ କାର୍ଡ / ମୁମ୍ବାଇ

ଦେଶ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଟିକାକରଣକୁ ଜୋରଦାର କରାଯାଇଛି | ବିଶ୍ବ ଟିକାକରଣ ତାଲିକାରେ ଭାରତ ଶୀର୍ଷରେ ରହିଥିବା ବେଳେ ଏପଟେ ମହାରାଷ୍ଟ୍ର ଥାନେରୁ ଏକ ସାଂଘାତିକ ଘଟଣା ସାମ୍‌ନାକୁ ଆସିଛି। ଥାନେର ଜଣେ ୨୮ ବର୍ଷୀୟା ମହିଳା ଦାବି କରିଛନ୍ତି ଯେ ତାଙ୍କୁ ଏକାକାଳୀନ ତିନୋଟି ଡୋଜ ଟିକା ଦିଆଯାଇଛି। କରିଛନ୍ତି ଯେ ତାଙ୍କୁ ୧୫ ମିନିଟରେ ୩ଟି ଡୋଜ କରୋନା ଟିକା ଦିଆଯାଇଛି । ଅଭିଯୋଗ ପରେ ପ୍ରଶାସନ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କିନ୍ତୁ ମହିଳା କରାଯଇଥିବା ଅଭିଯୋଗକୁ ଖଣ୍ଡନ କରଯାଇଛି । ରିପୋର୍ଟ ଅନୁଯାୟୀ, ୩ ଡୋଜ ନେଇଥିବା ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ମୁଁ ଶୁକ୍ରବାର ଦିନ ମୋ ପତ୍ନୀଙ୍କ ସହ ଟିକାକରଣ କେନ୍ଦ୍ରକୁ ଯାଇଥିଲି । ତାଙ୍କୁ ଟିକା ନେବାକୁ ପଡିଲା । ଯେତେବେଳେ ଟିକାକରଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେଲା । ସେ ବାହାରକୁ ଆସି କହିଥିଲେ ଯେ ସେହି ତାଙ୍କୁ ଟିକାର ୩ଟି ଡୋଜ ଦିଆଯାଇଥିଲା । ତେବେ ପ୍ରଶାସନ ଏହାକୁ ଅସ୍ୱୀକାର କରିଛି । ଥାନେରେ କୋଭିଡ -୧୯ ର ୪୮୦ଟି ନୂଆ ମାମଲା ରିପୋର୍ଟ ହେବା ପରେ ଜିଲ୍ଲାରେ ସଂକ୍ରମଣ ମାମଲା ୫,୩୧,୨୦୦କୁ ବୃଦ୍ଧି ପାଇଛି । ସୋମବାର ଜଣେ ଅଧିକାରୀ କହିଛନ୍ତି ଯେ ରବିବାର ଦିନ ଏହି ନୂଆ ମାମଲା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ସଂକ୍ରମଣ ହେତୁ ଆଉ ୧୬ ଜଣଙ୍କ ମୃତ୍ୟୁ ପରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦,୬୪୫କୁ ବୃଦ୍ଧି ପାଇଛି । ଜିଲ୍ଲାର କୋଭିଡ -୧୯ରୁ ମୃତ୍ୟୁ ହାର ଦୁଇ ପ୍ରତିଶତ ।

Breaking News