Report Card Odisha

| Daily Odia News

ଏକନାଥ ସିନ୍ଦେଙ୍କୁ ମିଳିଲା ଶିବସେନା ଚିହ୍ନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ଜବରଦସ୍ତ ଝଟକା। ପିତା ପ୍ରତିଷ୍ଠା କରିଥିବା ଶିବସେନା ଦଳ ତାଙ୍କୁ ହରାଇବାକୁ ପଡ଼ିଛି। ଏକନାଥ ସିନ୍ଦେ ଗୋଷ୍ଠୀକୁ ଅସଲ ଶିବସେନା ମାନ୍ୟତା ପ୍ରଦାନ କରାଯାଇଛି। କମିଶନ ପକ୍ଷରୁ ଏକନାଥ ସିନ୍ଦେଙ୍କ ପାର୍ଟିକୁ ଶିବସେନା ଓ ଧନୁତୀର ଚିହ୍ନ ପ୍ରଦାନ କରାଯାଇଛି। ଏହି ବିଜୟକୁ ନେଇ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ଅଲଗା ହେବା ପରେ ଦଳ ମାନ୍ୟତା ଦାବି କରାଯାଇଥିଲା। ଏନେଇ ମାମଲା ଭାରତୀୟ ନିର୍ବାଚନ କମିଶନଙ୍କ ପାଖକୁ ଯାଇଥିଲା। ଏଥର ନିର୍ବାଚନରେ ଏକନାଥ ସିନ୍ଦେଙ୍କ ଚିହ୍ନ ହେବ ଧନୁ-ତୀର ଚିହ୍ନ। ଏକନାଥ ସିନ୍ଦେ ଶିବସେନା ଦଳର ଚିହ୍ନ ନେଇଛନ୍ତି। ମୂଳ ଶିବସେନାକୁ ନେଇ ମାମଲା ଚାଲିଥିବାବେଳେ ଭାରତୀୟ ନିର୍ବାଚନ ଆୟୋଗ ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି।

Breaking News