ରିପୋର୍ଟ କାର୍ଡ / କଟକ
ସମାଜରେ ପିତା ମାତା ଙ୍କର ବୟସ ହୋଇଗଲେ ତାଙ୍କୁ ଘରେ ପୁଅ ବୋହୂ ବା ଝିଅ ଙ୍କ ପାଇଁ ବୋଝ ହୋଇଯାନ୍ତି | ସେମାଙ୍କୁ ନିର୍ଯ୍ୟାତନା ଦେଇଥାନ୍ତି | ଏମିତିକି ଘରୁ ନେଇ ଜରାଶ୍ରମରେ ଛାଡି ଦେଉଛନ୍ତି | ଏବେ ଆଉ ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ । ବରିଷ୍ଠ ନାଗରିକ ମାନଙ୍କୁ କୌଣସି ପରିସ୍ଥିତିରେ ନିର୍ଯ୍ୟାତନା ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ବାସିନ୍ଦା ଗୋଲାପ ମିଶ୍ର ନାମ୍ନୀ ଜଣେ ୭୫ ବର୍ଷୀୟା ବୃଦ୍ଧ ମହିଳା ତାଙ୍କୁ ତାଙ୍କର ନିଜ ପୁଅ ବୋହୂ ହଇରାଣ ହରକତ କରୁଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଗୋଲାପ ନିଜେ ଘର ତିଆରି କରିଥିବା ବେଳେ ତାଙ୍କ ପୁଅ ବୋହୂ ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ କରି ସେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କ ନିଜ ଶ୍ରମ ଓ ଅର୍ଥରେ ତିଆରି ହୋଇଥିବା ଘରୁ ପୁଅ ବୋହୁଙ୍କୁ ବାହାର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୟସ୍କା ମହିଳାଙ୍କର ଯେଭଳି କୌଣସି ଅସୁବିଧା ନ ହେବ ଓ ତାଙ୍କୁ କୌଣସି ପ୍ରକାର ନିର୍ଯ୍ୟାତନା ଯେଭଳି ଦିଆ ନ ଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇଆସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହିତ ବୟସ୍କା ବୃଦ୍ଧା ଓ ତାଙ୍କ ପୁଅ ବୋହୂ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଏହି ସମସ୍ୟାର ଆପୋଷ ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଡିସେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଏହି ମକଦ୍ଦମା ପରିଚାଳନା କରୁଥିଲେ।






More Stories
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……