ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ବୋମା ବିସ୍ଫୋରଣେ ଉଡ଼ାଇ ଦେବାର ଧମକ ଦେଇଥିବା ବ୍ୟକ୍ତିକୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଦୟା ଓରଫ ନରେନ୍ଦ୍ର ସିଂହ। ଉଜ୍ଜୟୀନ ଜିଲ୍ଲା ନାଗଡ଼ାରୁ ତାକୁ ପୋଲିସ ଗିରଫ କରିଛି। ଉଜ୍ଜୟୀନ ପୋଲିସ ତା’କୁ ପ୍ରଥମେ ଗିରଫ କରିବା ପରେ ଇନ୍ଦୋର ପୋଲିସକୁ ହସ୍ତାନ୍ତର କରିଛି। ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରି ଇନ୍ଦୋରରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ନରେନ୍ଦ୍ର ସିଂହ ଗୋଟିଏ ଚିଠି ଯୋଗେ ଧମକ ଦେଇଥିଲା। ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ମଧ୍ୟପ୍ରଦେଶ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା। ବିଭିନ୍ନ ହୋଟେଲ, ଲଜ ଓ ରେଳ ଷ୍ଟେସନରେ ଲାଗିଥିବା ପ୍ରାୟ ୨୦୦ଟି ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନରେନ୍ଦ୍ର ସମ୍ପର୍କରେ ପୋଲିସ କୁ ସୁରାକ ମିଳିଥିଲା। ଏହି ତଥ୍ୟକୁ ଆଧାର କରି ତା’କୁ ନାଗଡ଼ାରୁ ଗିରଫ କରାଯାଇ ଥିବା ସୂଚନା ମିଳିଛି |






More Stories
ମୋଦିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ…..
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..