Report Card Odisha

| Daily Odia News

ମମତାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ ଆୟୋଗ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଇଦଇଛନ୍ତି । ମୁସଲମାନ ଭୋଟରଙ୍କୁ ବିଜେପିକୁ ଭୋଟ ନ ଦେବା ଲାଗି ମମତାଙ୍କ ଅପିଲକୁ ନେଇ ଇସି ଏହି ପଦକ୍ଷେପ ନେଇଥିବା କହିଛନ୍ତି। ତେବେ ଇସିଙ୍କ ନିଷ୍ପତ୍ତିର ଦିନକୁ ତୃଣମୂଳ କଂଗ୍ରେସ ଦେଶର ଗଣତନ୍ତ୍ର ଲାଗି କଳାଦିବସ ବୋଲି କହିଛି। ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସିଙ୍କ ଏଭଳି ଅଗାଣତାନ୍ତ୍ରିକ ନିଷ୍ପତ୍ତି ବିରୋଧରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଏଭଳି ଅଗାଣତାନ୍ତ୍ରିକ ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ବେଳେ କୋଲକାତାସ୍ଥିତ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେବେ। ମମତା ବାନାର୍ଜୀ ମୁସଲମାନମାନ ଭୋଟରଙ୍କୁ ବିଜେପିକୁ ଭୋଟ ନଦେବାକୁ ଓ ରାଜ୍ୟରେ ନିର୍ବାଚନ ବ୍ୟବସ୍ଥା କାୟମ କରିବା ଲାଗି ସୁରକ୍ଷା କର୍ମୀଙ୍କୁ ଘେରାଉ କରିବା ଲାଗି ମହିଳାଙ୍କୁ ଅପିଲ କରିଥିଲେ। ଏ ନେଇ ଆୟୋଗ ତାଙ୍କୁ ଦୁଇଟି ନୋଟିସ ଜାରି କରିଥିଲେ। ଜବାବରେ ମମତା ଦେଇଥିବା ବୟାନ ଓ କରିଥିବା ଅଭିଯୋଗରେ ଆୟୋଗ କ୍ଷୁବ୍ଧ ହୋଇଥିବା ବେଳେ ତାଙ୍କ ଉପରେ ପ୍ରଚାର କଟକଣା ଜାରି କରିଛନ୍ତି। ମମତାଙ୍କ ଅଭିଯୋଗକୁ ଆୟୋଗ ନିରାଧାର କହିଛନ୍ତି। ଅନ୍ୟପକ୍ଷରେ ତାଙ୍କ ବୟାନବାଜୀ ରାଜ୍ୟର ଆଇନଶୃଙ୍ଖଳା ଉପରେ ପ୍ରଭାବ ପକାଇଛି। ଏଣୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରାଯାଉଛି।

Breaking News