Report Card Odisha

| Daily Odia News

ନିର୍ବାଚନୀ ପ୍ରଚାର ଖର୍ଚ୍ଚ ଉପରେ ଲାଗିଲା ବ୍ରେକ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୫ ରାଜ୍ୟରେ ବିଧାନସଭା ନିର୍ବାଚନି ବିଗୁଲ ବାଜି ସାରିଥିବା ବେଳେ ସବୁ ଦଳର ନେତାମାନେ ଆରମ୍ଭ କରିଦେଛନ୍ତି ଜୋରସୋର୍‌ରେ ପ୍ରଚାର। ଏହି ପ୍ରଚାରକୁ ନେଇ ନିର୍ବାଚନ କମିଶନ ମଧ୍ୟ କଡ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡିକ ପାଇଁ ନିର୍ବାଚନ କମିଶନ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଏଣିକି ଦେଖି ଚାହିଁ ଖର୍ଚ୍ଚ କରିବେ ପ୍ରାର୍ଥୀ। ଆଉ ଉଡ଼ାଇ ପାରିବେନି ପୁଳାପୁଳା ଟଙ୍କା। ନିର୍ବାଚନ ପ୍ରଚାର ବେଳେ ଯିଏ ଯେତେ ଟଙ୍କା ଉଡାଇବ ସେ ସବୁ ପ୍ରାର୍ଥୀଙ୍କ ପକେଟରୁ କାଟ୍‌ କରାଯିବ। ଚଳିତ ଥର ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ଦ୍ୱାରା କରାଯାଉଥିବା ଖର୍ଚ୍ଚକୁ ନେଇ ତିଆରି କରିଛନ୍ତି ରେଟ୍ ଚାର୍ଟ। ଏହି ତାଲିକାରେ ନିର୍ବାଚନ ପ୍ରଚାର ସମୟରେ ଚା’, କଫି, ସମୋସା, ରସଗୋଲା, ଆଇସକ୍ରିମ ସମେତ ପ୍ରତ୍ୟେକଟି ଜିନିଷର ଦାମ୍‌ ନିର୍ଦ୍ଧାରିତ କରାଯାଇଛି। ପ୍ରଚାରରେ ହୋଇଥିବା ସବୁ ଖର୍ଚ୍ଚ ପ୍ରାର୍ଥୀଙ୍କ ଖାତାରୁ କଟା ଯିବ। ନିର୍ବାଚନ ଆୟୋଗ ପ୍ରଚାର ସମାଗ୍ରୀ ଓ ସଭାରେ କାମରେ ଲାଗୁଥିବା ଜିନିଷକୁ ନେଇ ମଧ୍ୟ ଦାମ୍‌ ନିର୍ଦ୍ଧାରିତ କରିଛନ୍ତି। କମିଶନ ନିଜ ରେଟ୍‌ ତାଲିକା ଅନୁସାରେ ବୈଠକରେ ବ୍ୟବହୃତ ହେଉଥିବା ଜିନିଷ ଓ ପ୍ରଚାର ସାମଗ୍ରୀର ମୂଲ୍ୟ ସ୍ଥିର କରିଛନ୍ତି। ଆୟୋଗ ଏହାର ତାଲିକା ଅନୁଯାୟୀ ପ୍ରାର୍ଥୀଙ୍କ ଖର୍ଚ୍ଚ ଆକଳନ କରିବେ।

Breaking News