ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ କିଛି ଦିନ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରି ଆସୁଛି। ସେପଟେ ନିର୍ବାଚନ କମିସନ ମଙ୍ଗଳବାର କଂଗ୍ରେସକୁ ଜବାବ ଦେଇଛନ୍ତି । ନିର୍ବାଚନ କମିସନ କହିଛନ୍ତି ଯେ ମହାରାଷ୍ଟ୍ରର ପ୍ରତ୍ୟେକ ବିଧାନସଭା ଆସନ ଏବଂ ଭୋଟରଙ୍କ ସମ୍ପର୍କିତ ଦଳ ମାଗିଥିବା ଫର୍ମ ୨୦ର ତଥ୍ୟ ମହାରାଷ୍ଟ୍ର କମିସନଙ୍କ ୱେବସାଇଟରେ ଉପଲବ୍ଧ ଅଛି ଯାହାକୁ ଡାଉନଲୋଡ୍ କରାଯାଇପାରିବ । ମହାରାଷ୍ଟ୍ର ନିର୍ବାଚନର ଭୋଟର ତାଲିକାକୁ ନେଇ ଉଠିଥିବା ପ୍ରଶ୍ନର ବିସ୍ତୃତ ଉତ୍ତର ଦେଇଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିସନ । କମିସନ କହିଛନ୍ତି ଯେ କଂଗ୍ରେସ ଦେଇଥିବା ଅଭିଯୋଗରେ କୁହାଯାଇଛି ଯେ ଲୋକସଭା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ୮୦,୩୯୧ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ଅର୍ଥାତ୍ ଗୋଟିଏ ବିଧାନସଭାରେ ହାରାହାରି ୨୭୭୯ ଜଣ ଭୋଟର ହ୍ରାସ ପାଇଥିଲେ। କିନ୍ତୁ ଏପରି ଅଭିଯୋଗ ନିରାଧାର । କାରଣ ସବୁ ପ୍ରକ୍ରିୟା ପାଳନ କରି ଫିଲଡ୍ ସର୍ଭେର ରିପୋର୍ଟ ଅନୁସାରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା । ସର୍ଭେ ବେଳେ ଯେଉଁମାନେ ମୃତ୍ୟୁବରଣ କରିଥିଲେ କିମ୍ବା ଯାହାର ଠିକଣା ବଦଳିଯାଇଥିଲା ସେମାନଙ୍କ ନାମ କଟାଯାଇଥିଲା |






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..