ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୩ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇଛି | ତ୍ରିପୁରାରେ ଫେବ୍ରୁଆରି ୧୬ରେ ଓ ନାଗାଲାଣ୍ଡ,ମେଘାଳୟରେ ଫେବ୍ରୁଆରି ୨୭ରେ ବିଧାନସଭା ନିର୍ବାଚନ ହେବ । ମାର୍ଚ୍ଚ ୨ରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସୂଚନା ଦେଇଛନ୍ତି | ସେହିପରି ନାଗାଲାଣ୍ଡ ଓ ମେଘାଳୟ ପାଇଁ ଜାନୁଆରି ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ | ଫେୂ୍ରୁଆରି ୭ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରାଇଛି |ଫେବ୍ରୁଆରି ୧୦ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ହେବ । ଏହି ୩ଟି ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୬୨.୮ ଲକ୍ଷ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧.୪୭ ଲକ୍ଷ ଭୋଟର ମହିଳା । ଏଥର ୧.୭୬ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ନିର୍ବାଚନରେ ସାମିଲ ହେବେ ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..