Report Card Odisha

| Daily Odia News

ପାକିସ୍ତାନରେ ବିଳମ୍ବ ହେବ ନିର୍ବାଚନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଫେବ୍ରୁଆରୀ ୮ରେ ହେବାକୁ ଥିବା ପାକିସ୍ତାନର ସାଧାରଣ ନିର୍ବାଚନ ଘୁଞ୍ଚିବ | ସୁରକ୍ଷା ଓ ପ୍ରବଳ ଶୀତଲହରିକୁ ଦୃଷ୍ଟିରେ ରଖି ନିର୍ବାଚନ ବିଳମ୍ବରେ କରିବାକୁ ପାକିସ୍ତାନର ସିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ସିନେଟ୍‌ (ପାକିସ୍ତାନ ସଂସଦର ବରିଷ୍ଠ ସଭା)ରେ ଏନେଇ ହୋଇଥିବା ପ୍ରସ୍ତାବ ଆଲୋଚନାରେ ୯୭ଜଣ ସିନେଟରଙ୍କ ମଧ୍ୟରୁ ୧୪ଜଣ ଭାଗ ନେଇଥିଲେ। ନିର୍ବାଚନକୁ ବିଳମ୍ବ କରିବା ପାଇଁ ସ୍ବାଧୀନ ସଦସ୍ୟ ଦିଲୱାର ଖାଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଖାଁ ନିଜ ବକ୍ତବ୍ୟରେ କହିଥିଲେ ଯେ ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ଦେଶର ଅନେକ ପ୍ରମୁଖ ନେତାଙ୍କ ଜୀବନ ଉପରେ ଗମ୍ଭୀର ବିପଦ ରହିଥିବା ଦର୍ଶାଇଛନ୍ତି। ଏହାସହ ଖାଇବର ପଖତୁନ୍‌ଖ୍ବା ଓ ବାଲୁଚିସ୍ତାନରେ ହିଂସା ଉଗ୍ରରୂପ ନେଇଛି। ଏଣୁ ସମସ୍ତଙ୍କ ସ୍ବାର୍ଥ ଦୃଷ୍ଟିରୁ ନିର୍ବାଚନକୁ ବିଳମ୍ବିତ କରାଯାଉ। ଏହି ପ୍ରସ୍ତାବକୁ ୧୩ଜଣ ସମର୍ଥନ କରିଥିବା ବେଳେ ଜଣେ ବିରୋଧ କରିଥିଲେ। ସୂଚନାଯୋଗ୍ୟ ସଂସଦର ନିମ୍ନସଭାକୁ ଅଗଷ୍ଟ ୨୦୨୨ରେ ଭଙ୍ଗ କରାଯାଇଥିଲା। ନଭେମ୍ବରରେ ସାଧାରଣ ନିର୍ବାଚନ ନିମନ୍ତେ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପରବର୍ତୀ ସମୟରେ ଏହାକୁ ଫେବ୍ରୁଆରିକୁ ଘୁଞ୍ଚାଯାଇଥିଲା।

Breaking News