ରିପୋର୍ଟ କାର୍ଡ / ଭୁବନେଶ୍ଵର
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ବିଦ୍ୟୁତ୍ ଦର । ପୂର୍ବରୁ ଡିଜିଟାଲ୍ ପେମେଣ୍ଟ କଲେ ୨ ପ୍ରତିଶତ ରିହାତି ମିଳୁଥିଲା । ରାଜ୍ୟରେ ବିଦ୍ୟୁତ ଚାଳିତ ବାହନର ଚଳପ୍ରଚଳକୁ ପ୍ରୋତ୍ସାହିତ କରିବା ପାଇଁ ଚାର୍ଜିଂ ସେଣ୍ଟରଗୁଡ଼ିକ ନିମନ୍ତେ ଓଇଆରସି ୟୁନିଟ୍ ପିଛା ୫ଟଙ୍କା ୫୦ ପଇସା ନିର୍ଦ୍ଧାରଣ କରିଛନ୍ତି । ଡିଜିଟାଲ ମୋଡରେ ବିଲ୍ ପୈଠ କରୁଥିବା ସମସ୍ତ ଘରୋଇ ଉପଭୋକ୍ତା ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କୁ ମୋଟ୍ ବିଲ୍ ଉପରେ ଅତିରିକ୍ତ ୩% ରିହାତି ମିଳିବ । ଏହି ରିହାତି ମଧ୍ୟ ଚଳିତମାସର ବିଲ୍ ପାଇଁ ପ୍ରଯୁଜ୍ୟ ହେବ । ଏନେଇ ଆଜି OERC ସଚିବ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି | ସେହିପରି ଏଲଟି ଇଣ୍ଡଷ୍ଟ୍ରିଆଲ ଉପଭୋକ୍ତାମାନେ ମଧ୍ୟ ୟୁନିଟ୍ ପିଛା ୧୦ ପଇସା ରିହାତି ପାଇବେ । ଯଦି ସେମାନେ ମାସକୁ ୬୦%ରୁ ଅଧିକ ଲୋଡ୍ ଉପଯୋଗ କରୁଥିବେ । କେବଳ ସେତିକି ନୁହେଁ ଯେଉଁ ଉପଭୋକ୍ତା ନିଜର ୧୦୦ ପ୍ରତିଶତ ବିଦ୍ୟୁତ ଚାହିଦାକୁ ଅକ୍ଷୟଶକ୍ତି ମାଧ୍ୟମରେ ପୂରଣ କରୁଥିବେ ତାଙ୍କୁ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଦ୍ୱାରା ଗ୍ରୀନ କଞ୍ଜୁମର ସାର୍ଟିଫିକେଟ୍ ମିଳିବ । ତେବେ ଏହି ସୁବିଧା କ୍ୟାପଟିଭ ଜେନେରେଟିଂ ପ୍ଲାଂଟ୍ (ସିଜିପି)ଗୁଡ଼ିକ ନିମନ୍ତେ ଲାଗୁ ହେବନି। ବିଦ୍ୟୁତ କମ୍ପାନୀଗୁଡ଼ିକ ପାଖରେ ୩୫୫ କୋଟି ଟଙ୍କାର ବଳକା ପାଣ୍ଠି ରହିଛି। ଯାହାର ଲାଭ ସେମାନେ ଉଠାଇ ପାରିବେ ବୋଲି ଓଇଆରସି କହିଛନ୍ତି। ଚଳିତ ବର୍ଷ ୧୯ ପଇସା ପାୱାର ପରଚେଜ୍ ଦରରେ ବୃଦ୍ଧି କରାଯାଇଛି । କିନ୍ତୁ ଏହି ବୃଦ୍ଧି ଖାଉଟିଙ୍କ ଉପରେ ଲାଗୁ କରାଯିବ ନାହିଁ ।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..