Report Card Odisha

| Daily Odia News

ବଢିବ ବିଧାୟକଙ୍କ ଦରମା ଓ ଭତ୍ତା, କ୍ୟାବିନେଟରେ ମଞ୍ଜୁରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଢିବ ଦିଲ୍ଲୀ ବିଧାୟକଙ୍କ ଦରମା ଓ ଭତ୍ତା | ମଙ୍ଗଳବାର ଦିଲ୍ଲୀ କ୍ୟାବିନେଟରେ ବିଧାୟକଙ୍କ ବେତନ-ଭତ୍ତା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଦିଲ୍ଲୀ କ୍ୟାବିନେଟର ପ୍ରସ୍ତାବ ଅନୁଯାୟୀ ଏବେ ଦିଲ୍ଲୀ ବିଧାୟକଙ୍କୁ ୩୦ ହଜାର ଟଙ୍କା ମାସିକ ବେତନ ମିଳିବ । ଏବେ ସେମାନଙ୍କର ମାସିକ ବେତନ ୧୨ ହଜାର ଟଙ୍କା ରହିଛି । କ୍ୟାବିନେଟ ଦ୍ୱାରା ମଞ୍ଜୁରୀ ପାଇଥିବା ପ୍ରସ୍ତାବରେ ବିଧାୟକଙ୍କ ବେତନ ଓ ଅନ୍ୟାନ୍ୟ ଭତ୍ତା ମିଶାଇ ଏବେ ସେମାନଙ୍କୁ ୯୦ ହଜାର ଟଙ୍କା ପ୍ରତି ମାସରେ ମିଳିବ । ଏବେ ସେମାନଙ୍କର ବେତନ-ଭତ୍ତା ମିଶାଇ ୫୪ ହଜାର ଟଙ୍କା ରହିଛି ।  ସୂଚନା ଅନୁସାରେ, ୨୦୧୫ରେ ଦିଲ୍ଲୀ ସରକାର ବିଧାୟକମାନଙ୍କ ବେତନ ବୃଦ୍ଧି କରିବାକୁ ବିଧାନସଭାରେ ବିଲ୍ ପାରିତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ସେତେବେଳେ କେନ୍ଦ୍ର ସରକାର ଏହାକୁ ଅସ୍ଵୀକାର କରିଥିଲେ । ସୂଚନା ଥାଉକି ଦିଲ୍ଲୀର ବିଧାୟକମାନଙ୍କର ଦରମା ଗତ ୧୦ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୧ରୁ ଦରମା ବୃଦ୍ଧି କରାଯାଇ ନାହିଁ। ଏହି ବିଲ୍‌କୁ କେନ୍ଦ୍ର ସରକାର ପାରିତ କଲେ ବିଧାୟକମାନଙ୍କର ଦରମା ବୃଦ୍ଧି କରାଯିବ। ପୂର୍ବ ଦରମା ତୁଳନାରେ ଏବେ ବେସିକ୍ ବେତନ- ୩୦,୦୦୦ ଟଙ୍କା ରହିବ । ନିର୍ବାଚନୀ କ୍ଷେତ୍ର ଭତ୍ତା- ୨୫,୦୦୦ ଟଙ୍କା, ସଚିବାଳୟ ଭତ୍ତା-୧୫,୦୦୦, ଗାଡ଼ି ବାବଦ ଭତ୍ତା-୧୦,୦୦୦, ଟେଲିଫୋନ- ୧୦,୦୦୦ ସହିତ ମୋଟ ଦରମା- ୯୦,୦୦୦ ଟଙ୍କା ହୋଇଛି ।

Breaking News