Report Card Odisha

| Daily Odia News

ରଣଜିତ୍ ପଟ୍ଟନାୟକଙ୍କ ପରଲୋକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କର ପରଲୋକ ଘଟିଛି। ତାଙ୍କ କଟକ ସ୍ଥିତ ସିଡିଏ- ୯ ନଂ ବାସଭବନରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା ରହିଛି। ବହୁ ଓଡ଼ିଆ ଫିଲ୍ମରେ ସେ ସଂଳାପ ଲେଖିଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ବହୁ ଓଡ଼ିଆ ମେଗା ଧାରାବାହିକରେ ବି ସଂଳାପ ରଚନା କରିଛନ୍ତି ରଣଜିତ୍‌। ସେ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, ସଂଗୀତକାର ଓ ଚିତ୍ରନାଟ୍ୟକାର ମଧ୍ୟ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ନିର୍ଦ୍ଦେଶକ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଗୋପରେ ବଢୁଛି କଳା କହ୍ନେଇ’। ସେ ସଂଳାପ ଦେଇଥିବା ଲୋକପ୍ରିିୟ ସିନୋମା ମଧ୍ୟରେ ରହିଛି ‘ପ୍ରେମୀ ନମ୍ବର-୧’, ‘ବର୍ଷା ମାଇଁ ଡାର୍ଲିଂ’, ‌‘ପ୍ରେମ ଋତୁ ଆସିଲାରେ’, ‘ମୋତେ ତ ଲଭ୍‌ ହେଲାରେ’, ‘ମୁଁ ତତେ ଲଭ୍‌ କରୁଛି’, ‘୧୪୩ ଆଇ ଲଭ୍‌ ୟୁ’, ‘ଡନ୍‌’ ଇତ୍ୟାତି। ପ୍ରାୟ ୭୦ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଂଳାପ ଲେଖିଥିବା ବେଳେ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ସୁପର୍‌ହିଟ୍‌। ରଣଜିତ୍‌ ଓଡ଼ିଶାର ବହୁ ଆଗ ଧାଡ଼ିର ଚଳଚ୍ଚିତ୍ର ନିର୍ଦ୍ଦେଶକ ଯଥା ସାଧୁ ମେହେର, ବସନ୍ତ ସାହୁ, ସୁଧାଂସୁ ମୋହନ ସାହୁ, ଅଶୋକ ପତି, ସୁଧାକର ବସନ୍ତ, ପ୍ରଭାକର ଆଦିଙ୍କ ସହ କାମ କରିଛନ୍ତି। ସେ କାନାରା ବ୍ୟାଙ୍କ୍‌ରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ଓ ଜଣେ ପୁତ୍ର ସନ୍ତାନ ଅଛନ୍ତି। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଓ ନାଟ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।

Breaking News