ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦ୍ୱିତୀୟ ଥର ଲାଗି ଇମାନୁଏଲ ମାକ୍ରୋନ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନର ଶେଷ ମତଦାନରେ ସେ ଧୁର ଦକ୍ଷିଣପନ୍ଥୀ ମରିନ ଲେ ପେନଙ୍କୁ ପରାସ୍ତକରି ବିଜୟୀ ହୋଇଛନ୍ତି । ରବିବାର ଭୋଟିଂ ଆରମ୍ଭରୁ ମାକ୍ରୋନଙ୍କୁ ୫୮.୮ ପ୍ରତିଶତ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ମରିନ ଲେ ପେନ କେବଳ ୪୧.୨ ପ୍ରତିଶତ ଭୋଟ ହାସଲ କରିପାରିଥିଲେ । ୪୪ ବର୍ଷିୟ ମାକ୍ରୋନ ୨୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି । ତେବେ ୨୦ ବର୍ଷ ମଧ୍ୟରେ ସେ ପ୍ରଥମ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମାକ୍ରୋନଙ୍କ ବିରୋଧରେ ପ୍ୟାରିସରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ନିର୍ବାଚନର ଅଫିସିଆଲ ଫଳାଫଳ ଆସିବା ପୂର୍ବରୁ ପେନ ତାଙ୍କ ପରାଜୟ ସ୍ୱୀକାର କରି ସାରିଛନ୍ତି । କିନ୍ତୁ ସେ କହିଛନ୍ତି ଫ୍ୟାନ୍ସ ପାଇଁ ତାଙ୍କ ଲଢେଇ ଜାରି ରହିବ । ତେବେ ମାକ୍ରୋଙ୍କ ବିରୋଧରେ ଅନ୍ୟ ଦଳମାନେ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଆରମ୍ଭର ଫଲାଫଳ ଆସିବା ପରେ ମାକ୍ରୋନଙ୍କ ନିକଟକୁୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ୟୁରୋପୀୟ ଅୟୋଗର ପ୍ରେସିଡେଣ୍ଟ ଉର୍ସଳା ୱୋ ଡେର ଲେୟନ ଫ୍ରେଞ୍ଚରେ ଟୁଇଟ୍ କରି କହିଛନ୍ତି ଆମେ ଏକାଠି ମିଶି ଫ୍ରାନ୍ସ ଓ ୟୁରୋପକୁ ପ୍ରଗତିର ରାସ୍ତାରେ ଆଗେଇ ନେବା ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..