ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ କାଶ୍ମୀର ବଡଗାମରେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରୀୟ କାଶ୍ମୀରର ବଡଗାମ ଜିଲ୍ଲାର ଚାଡୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୋଲିବିନିମୟ ହୋଇଥିଲା | ଫଳରେ ୩ ଆତଙ୍କୀଙ୍କ ନିପାତ ହୋଇଥିବା ବେଳେ ଘଟଣାସ୍ଥଳରୁ ଅନେକ ମାରଣାସ୍ତ୍ର ଜବତ ହୋଇଛି । ଏବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ସୂଚନା ଅନୁଯାୟୀ ଗୁରୁବାର ରାତିରେ ବଡଗାମ ଜିଲ୍ଲାର ଚାଡୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷା ଏଜେନ୍ସିକୁ ଚାଡୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା । ସୂଚନା ପାଇବା ମାତ୍ରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ | ଏହି ସମୟରେ ଆତଙ୍କବାଦୀମାନେ ନିଜକୁ ଘେରି ରହିଥିବାର ଦେଖି ସୈନିକମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବ ଦେଇଥିଲେ । ସୁରକ୍ଷା ବାହିନୀ ପ୍ରଥମେ ଜଣେ ଆତଙ୍କବାଦୀଙ୍କୁ ମାରି ଗଡାଇବାରେ ସଫଳ ହୋଇଥିଲା । ପରେ ଆଉ ଦୁଇଜଣ ମାରି ଗଡାଇଥିଲେ ।
More Stories
ହସ୍ପିଟାଲକୁ ହାଇଆଲର୍ଟ:୧୨ ହଜାର ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ…..
୮ ହଜାର ‘ଏକ୍ସ’ ଆକାଉଣ୍ଟ୍ ବ୍ଲକ…..
ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ପରୀକ୍ଷା ସ୍ଥଗିତ……