Report Card Odisha

| Daily Odia News

ଏନକାଉଣ୍ଟରରେ ୪ ମାଓବାଦୀ ନିପାତ…..

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗତକାଲି ରାତିରେ ନକ୍ସଲସେଠାରେ କ୍ୟାମ୍ପ କରି ରହିଥିବା ପୁଲିସ ଖବର ପାଇବା ପରେ ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଏଠାରେ ଏନକାଉଣ୍ଟରରେ ୪ ମାଓବାଦୀ ଟଳିଥିଲେ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଚାଲିଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି।ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଓ ଏସ୍ଟିଫ ଟିମ ଚଢ଼ାଉ କରିଥିଲେ। ବସ୍ତର ଆଇଜି ସୁନ୍ଦରରାଜ ପି ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି। ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଘଟଣାର ବିବରଣୀ ପ୍ରଦାନ କରାଯିବ ବୋଲି ପୋଲିସ କହିଛି।

Breaking News