ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀରରେ ବଡଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୁଳି ବିନିମୟ ଘଟିଛି ବୋଲି ଖବର ମିଳିଛି । ଗୁଳିବିନିମୟରେ ୨ ଆତଙ୍କୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ ଫେରାର ହୋଇ ଯାଇଥିବା ନେଇ ଖବର ମିଳିଛି। ସେମାନଙ୍କୁ ଖୋଜିବାକୁ ପୋଲିସ ତଲାସି ଅଭିଯାନ ଜାରି ରଖିଛି। ମିଳିଥିବା ସୂଚନାନୁଯାୟୀ, ଆତଙ୍କବାଦୀ ମାନେ ଏକ ଟ୍ୟାକ୍ସିରେ ଯାଉଥିଲେ। ସେହି ସ୍ଥାନରେ ଯବାନ ମାନେ ଗାଡି ଗୁଡିକର ତଲାସି ନେଉଥିଲେ। ଟ୍ୟାକ୍ସିକୁ ଅଟକିବାକୁ ଯବାନମାନେ କହିଥିବା ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ଯବାନଙ୍କ ପାଲଟା ଗୁଳିଚାଳନାରେ ୨ ଆତଙ୍କୀ ନିହତ ହୋଇଥିଲେ। ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….