Report Card Odisha

| Daily Odia News

କରାଚିରେ ଲୁଚିଛି ଦାଉଦ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମକୁ ନେଇ ପୁଣି ପାକିସ୍ତାନ ମିଛ କହିଥିବା ଜଣାପଡିଛି। ବର୍ତ୍ତମାନ ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ ଦାଉଦ୍‌ କରାଚିରେ ଲୁଚି ରହିଥିବା କୁହାଯାଉଛି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ସତ କହିଛି ଦାଉଦ ଇବ୍ରାହିମର ଭଣଜା । ଭଣଜା ଅଲ୍ଲିଶାହ ପାରକର ଇଡି ଆଗରେ କହିଥିବା ସୂଚନା​‌ ଅନୁସାରେ ଯେକୌଣସି ଉତ୍ସବ ଆୟୋଜେନ ବେଳେ ଦାଉଦ ଇବ୍ରାହିମ ତା’ ପରିବାର ଓ ପତ୍ନୀଙ୍କ ସହ ସମ୍ପର୍କରେ ରୁହେ । ତାହାଛଡ଼ା ଭଣଜା ଅଲ୍ଳିଶାହା ଆହୁରି ମଧ୍ୟ କହିଛି ସେ ୧୯୮୬ ଯାଏ ଦକ୍ଷିଣ ମୁମ୍ବାଇର ଡମ୍ବରବାଲା ବିଲ୍ଡିଂର ଚତୁର୍ଥ ଫ୍ଲୋରରେ ରହୁଥିଲା । ହେଲେ ବର୍ତ୍ତମାନ କିଛି ସମ୍ପର୍କୀୟଙ୍କ ଠାରୁ ମୁଁ ଶୁଣିବାକୁ ପାଉଛି ସେଦ କରାଚିରେ ରହୁଛନ୍ତି । ତାଙ୍କ ସହ ମୋର କିମ୍ବା ମୋ ପରିବାରର ସମ୍ପର୍କ ନାହିଁ ବୋଲି ଅଲ୍ଲିଶାହା ସିଧାସିଧା କହିଛି । ସୂଚନା ଥାଉ କି ଦାଉଦ ଇବ୍ରାହିମ୍‌ ହେଉଛି ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ । ତାର ଭାରତ​‌ରେ ଅନେକ ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପକ୍ତି ରହିଛି । ଦାଉଦକୁ ଧରିବାକୁ ଦୀର୍ଘଦିନ ଧରି ଖୋଜାଖୋଜି ଜାରି ରହିଛି ।

Breaking News