Report Card Odisha

| Daily Odia News

ଏଣିକି ଫାଣ୍ଡି ଦାୟିତ୍ୱରେ ରହିବେ ସବ୍‌ଇନ୍‌ସପେକ୍ଟର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ଫାଣ୍ଡି ଦାୟିତ୍ୱରେ ରହିବେ ସବ୍‌ଇନ୍‌ସପେକ୍ଟର  । ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ SI ମାନଙ୍କୁ ନିଯୁକ୍ତି ଦିଆଯିବ | ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ। କମିଶନରେଟ୍‌ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡି ମାନଙ୍କରେ ସଵ୍ ଇନସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ।ସବ୍ଇନ୍ସପେକ୍ଟର ମାନଙ୍କୁ ତାଲିମ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଏ ।

Breaking News