Report Card Odisha

| Daily Odia News

ଏଣିକି ରାସନ ଦୋକାନରୁ ମିଳିବ ଗ୍ୟାସ,କେନ୍ଦ୍ର ଆଣୁଛି ଯୋଜନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ ଖୁବଶୀଘ୍ର ରାସନ ଦୋକାନରୁ ଆପଣ ଗ୍ୟାସ ସିଲିଣ୍ଡର କିଣିପାରିବେ । ରାସନ ଦୋକାନ ଜରିଆରେ ଛୋଟ ଏଲିପିଜି ସିଲିଣ୍ଡର ବିକ୍ରି କରିବା ଓ ଆର୍ଥିକ ସେବା ଯୋଗାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ରିପୋର୍ଟ ମୁତାବକ, ସରକାରୀ ରାସନ ଦୋକାନକୁ ଆର୍ଥିକ ଦୃଷ୍ଟିରୁ ଅଧିକ ସୁଦୃଢ଼ କରିବା ପାଇଁ ନିକଟରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ଭର୍ଚୁଆଲ ବୈଠକ କରିଥିଲେ ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ । ଏହି ବୈଠକରେ ରାସନ ଦୋକାନରେ ଏଲପିଜି ମିଳିବାର ପ୍ରସ୍ତାବ ରଖାଯାଇଥିଲା । ତେବେ ଏହି ବୈଠକରେ ତୈଳ କମ୍ପାନୀ ଯଥା ଆଇଓସିଏଲ, ବିପିସିଏଲ, ଏଚପିସିଏଲ ଓ ସିଏସସିର ଅଧିକାରୀମାନେ ସାମିଲ ଥିଲେ । ତୈଳ ମାର୍କେଟିଂ କମ୍ପାନୀଗୁଡିକର ପ୍ରତିନିଧିମାନେ ସରକାରୀ ରାସନ ଦୋକାନ ମାଧ୍ୟମରେ ଛୋଟ ସିଲିଣ୍ଡରର ଖୁଚୁରା ବିକ୍ରି ପ୍ରସ୍ତାବକୁ ପ୍ରଶଂସା କରିଥିଲେ । ତାଙ୍କ କହିବା ମୁତାବକ, ଏହି ପ୍ରସ୍ତାବରେ ଆଗ୍ରହୀ ରାଜ୍ୟ ତଥ୍ରା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସେମାନଙ୍କ ପକ୍ଷରୁ ଏହି ପ୍ରୋଜେକ୍ଟ ପାଇଁ ଆବଶ୍ୟକ ସହାୟତା ଦିଆଯିବ ।

 

Breaking News