ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇପିଏଫଓ କର୍ମଚାରୀଙ୍କ ପାଇଁ ଆଣିପାରେ ନୂଆ ପେନସନ ସ୍କିମ୍ । ତେବେ ଏହି ସୁବିଧା କେବଳ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମାନେ ଲାଭ ପାଇପାରିବେ । ଯେଉଁ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କାରୁ ଅଧିକ ରହିଥିବ ସେମାନଙ୍କୁ ନେଇ ଇପିଏଫଓ ନୂଆ ପେନସନ ସ୍କିମ୍ ତିଆରି କରିବ । ଅନ୍ୟପଟେ ଯେଉଁ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କା ଠାରୁ କମ୍ ରହିଥିବ ସେମାନଙ୍କ ପାଇଁ ମଧ୍ୟ ଇପିଏଫଓ କିଛି ବ୍ୟବସ୍ଥା କରିଛି । ସେମାନଙ୍କୁ ଏପିଏଫଓ ବାଧ୍ୟତାମୂଳକ ଭାବେ କର୍ମଚାରୀଙ୍କ ପେନସନ୍ ସ୍କିମ୍ ୧୯୯୫ (ଇପିଏସ୍-୯୫)ରେ ସାମିଲ କରାଯାଉଛି । କିଛି କର୍ମଚାରୀ ପେନସନକୁ ନେଇ ଦାବି କରୁଛନ୍ତି । ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଇପିଏଫଓ ନୂଆ ପେନସନ ସ୍କିମ୍ ବ୍ୟବସ୍ଥା କରୁଛି । ଆସନ୍ତା ମାର୍ଚ୍ଚ ମାସରେ ଇପିଏଫ୍ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ବସିବ । ଏହି ବୈଠକ ଗୌହାଟିରେ ମାର୍ଚ୍ଚ ୧୧ ଓ ୧୨ ତାରିଖରେ ବସିବ ବୋଲି ଜଣାପଡ଼ିଛି । ଏଥିରେ ଏହି ନୂତନ ପେନସନ ସ୍କିମକୁ ନେଇ ଆଲୋଚନା ହୋଇପାରେ । ପୂର୍ବରୁ ଏନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଥିଲା । ମାର୍ଚ୍ଚ ମାସର ୧୧ ଓ ୧୨ ତାରିଖରେ ବସିବାକୁଥିବା ଏହି ବୈଠକରେ ଯଦି ଏହି ନୂତନ ପେନସନ ସ୍କିମକୁ ନେଇ ଆଲୋଚନା କରାଯାଏ । ତେବେ ଏହା ଦ୍ୱାରା ସଂଗଠିତ କ୍ଷେତ୍ରର ଆଉ ୫୦ ଲକ୍ଷ କର୍ମଚାରୀ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……