ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ କରୋନାର ତୃତୀୟ ଲହରର ପ୍ରଭାବ କମିଥିବା ବେଳେ ବିଶ୍ୱର ଅନେକ ଦେଶରେ କରୋନା ତାଣ୍ଡବ ରଚୁଛି। ଏହାରି ଭିତରେ ହଂକଂରେ ବଢୁଥିବା ଓମିକ୍ରନ ମାମଲା ଦେଶର ଚିନ୍ତା ବଢାଇଛି । ଦେଶରେ ଏବେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ଓମିକ୍ରନ ଏଠାରେ ଘାତକ ରୂପ ନେଇଛି । ହସ୍ପିଟାଲ ଏବଂ କ୍ୱାରେଣ୍ଟିନ ସେଣ୍ଟରରେ ଲୋକଙ୍କୁ ରଖିବା ପାଇଁ ଖାଲି ସ୍ଥାନ ନାହିଁ । ଦେଶରେ କରୋନା କଟକଣାକୁ ଅଧିକ କଠୋର କରାଯାଇଛି। ହଂକଂରେ ମହାମାରୀ ଯୋଗୁଁ ଏପରିସ୍ଥିତି ଯେ, ହସ୍ପିଟାଲରେ ରୋଗୀଙ୍କୁ ରଖିବା ପାଇଁ ସ୍ଥାନ ନାହିଁ ଫଳରେ ହସ୍ପିଟାଲ ବାହାରେ ଲୋକଙ୍କୁ ଚିକିତ୍ସା କରାଯାଉଛି। ଭାରତରେ ସବୁଧାରେ କରୋନା ଟେଷ୍ଟ ହୋଇପାରୁଥିବା ବେଳେ ହଂକଂରେ କରୋନା ଟେଷ୍ଟ ପାଇଁ ଲୋକଙ୍କୁ ଲମ୍ୱା ଲାଇନରେ ଅପେକ୍ଷା କରି ରହିବାକୁ ପଡୁଛି। ହଂକଂ ବିଭିନ୍ନ ଅଞ୍ଚଳରେ ଏବେ ବି ଲକଡାଉନ ଲାଗୁ ହୋଇଛି । କରୋନାରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତିଙ୍କ ନିକଟରେ ଓମିକ୍ରନ ପ୍ରଜାତି ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ହଂକଂରେ ଲୁନାର ନ୍ୟୁ-ୟର ଅବସରରେ ସର୍ବସାଧାରଣ ସ୍ଥାନାରେ ଲୋକଙ୍କ ସମ୍ଭାଳ ଭିଡି ଜମିଥିଲା। ଏହାପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ରେକର୍ଡ ହୋଇଥିଲା। ଚଳିତ ମାସରେ ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟାରେ ପ୍ରାୟ 60 ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି। ହଂକଂ ଲୋକଙ୍କ ଏଣ୍ଟ୍ରି ଉପରେ ବ୍ୟାନ ଲଗାଇଛି ଚୀନ। ତେବେ କରୋନା ସ୍ଥିତି ଅଣାୟତ୍ତ ହେବା ପଛରେ ମନ୍ଥର ଟିକାକରଣ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ହଂକଂରେ ଟିକାକରଣ ହାର ଦୁନିଆର ସବୁଠାରୁ କମ ଏବଂ ବିଶେଷଜ୍ଞଙ୍କ ଅଭିଯୋଗ, ଲୋକଙ୍କୁ ଟିକା ଦେବା ପାଇଁ ପ୍ରୋତ୍ସାହିତ କରିବାରେ ସରକାରୀ ଅଧିକାରୀ ଫେଲ ମାରିଛନ୍ତି ।
More Stories
୧୯ ଯାଏଁ ବର୍ଷା, ୟୋଲୋ ଓ୍ବାର୍ନିଂ ଜାରି….
ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ….
ପ୍ରବଳ ବର୍ଷୀବ, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି…..