Report Card Odisha

| Daily Odia News

ଆମ ସମସ୍ତଙ୍କୁ ଗିରଫ କରନ୍ତୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଣକ ପରେ ଜଣେ ପରିବର୍ତ୍ତେ ଦୟାକରି ‘ଆପ୍’ର ସମସ୍ତ ନେତାଙ୍କୁ ଏକତ୍ର ଗରିଫ କରନ୍ତୁ | ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଭଳି କହି ଅନୁରୋଧ କରିଛନ୍ତି । ଦୁର୍ନୀତି ଅଭିଯୋଗରେ ସତ୍ୟେନ୍ଦ୍ର ଜୈନ୍‌ଙ୍କ ପରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯିବାର ସମ୍ଭାବନା ଅଛି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିବା ସମୟରେ ଉପରୋକ୍ତ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କେଜ୍ରିୱାଲ୍‌ କହିଛନ୍ତି, ଅଳ୍ପ କିଛି ମାସ‌ ପୂର୍ବେ ମୁଁ ଘୋଷଣା କରିଥିଲି, ମିଥ୍ୟା ମାମଲାରେ କେନ୍ଦ୍ର ସରକାର ‌ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କରିବେ। ଖୁବ୍‌ ଶୀଘ୍ର ମନୀଷ ସିସୋଦିଆଙ୍କୁ ଗିରଫ କରାଯିବ ବୋଲି ମୋତେ ନିର୍ଭରଯୋଗ୍ୟସୂତ୍ରରୁ ସୂଚନା ମିଳିଛି। ତାଙ୍କ ବିରୋଧରେ ମିଥ୍ୟା ମାମଲା ପ୍ରସ୍ତୁତି କରିବା ଲାଗି କେନ୍ଦ୍ର ସରକାର ସମସ୍ତ ଏଜେନ୍‌ସିଗୁଡ଼ିକୁ ଆଦେଶ ଦେଇଛନ୍ତି। କେଜ୍ରିୱାଲ୍‌ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ମନୀଷ ସିସୋଦିଆଜୀଙ୍କ କାର୍ଯ୍ୟରୁ ଉପକୃତ ହେଉଥିବା ୧୮ ଲକ୍ଷ ପିଲାଙ୍କୁ ପଚାରିବାକୁ ଚାହୁଁଛି। ମନୀଷ ସିସୋଦିଆ ଦୁର୍ନୀତିଗ୍ରସ୍ତ କି | ସମଗ୍ର ବିଶ୍ବରେ ସେ ଭାରତ ପାଇଁ ଗୌରବ ବୃଦ୍ଧି କରାଇଛନ୍ତି। ସେଭଳି ବ୍ୟକ୍ତିଙ୍କୁ ଗିରଫ କରାଯିବ ନା ପୁରସ୍କାର ମିଳିବ | ମହଲା କ୍ଲିନିକ୍‌ ସ୍ଥାପନ କରିବାରେ ‌ସତ୍ୟେନ୍ଦ୍ର ଜୈନ୍‌ ସହଯୋଗ କରିଥିବାରୁ ଲୋକେ ଟିକା ନେଉଛନ୍ତି। କିନ୍ତୁ, ଏବେ ସେମାନେ ତାଙ୍କୁ ଦୁର୍ନୀତିଗ୍ରସ୍ତ କହୁଛନ୍ତି। ମୁଁ ପିଲାମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କୁ ପଚାରୁଛି- ମନୀଷଜୀ ଓ ସତ୍ୟେନ୍ଦ୍ରଜୀ ଦୁର୍ନୀତିଗ୍ରସ୍ତ ହୋଇଥାଇ ପାରନ୍ତି କି? ମାମଲା ରୁଜୁ କରି ଦୁଇ ମନ୍ତ୍ରୀଙ୍କୁ ବଦନାମ କରିବାକୁ ଉଦ୍ୟମ ଚାଲିଛି କିନ୍ତୁ, ମୁଁ ତାହା କରାଇ ଦେବିନାହିଁ ବୋଲି କେଜ୍ରିୱାଲ୍‌ କହିଛନ୍ତି। ୨୦ରୁ ଅଧିକ ‘ଆପ୍‌’ ବିଧାୟକଙ୍କ ବିରୋଧରେ ହୋଇଥିବା ମାମଲାକୁ ଦର୍ଶାଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି, ପୁଣି, ‘ଜେଲ୍‌-ଜେଲ୍‌’ ଖେଳ ଆରମ୍ଭ ହେଲା। ଯଦି ଆମେ ତଦନ୍ତରେ ଧରାପଡୁ ତେବେ, କେମିତି ଓ କିଭଳି କାମ କରିବୁ | ଆମେ ଜେଲ୍‌ ଯିବାକୁ ଭୟ କରୁନାହୁଁ। ମୁଁ ନିଶ୍ଚିତ ଯେ, ଏଥର ବି ଦିଲ୍ଲୀବାସୀ ଆମ ସପକ୍ଷରେ ଯିବେ ଓ ଦେଶରେ ସବୁଠୁ ସାଧୁ, ଦୁର୍ନୀତିମୁକ୍ତ ଏବଂ ଦେଶାତ୍ମବୋଧକ ସରକାର ବୋଲି ଆମକୁ ପ୍ରମାଣପତ୍ର ଦେବେ।

 

Breaking News