Report Card Odisha

| Daily Odia News

ୟୁରୋପ ଉପରେ ସାଇବର ଆକ୍ରମଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଛି | ଯୁଦ୍ଧ ପରିପ୍ରେକ୍ଷୀରେ ୟୁରୋପ ଉପରେ ସାଇବର ଆକ୍ରମଣର ସୂଚନା ମିଳିଛି। ୟୁରୋପର ବିଭିନ୍ନ ରାଷ୍ଟ୍ର; ବିଶେଷକରି ଫ୍ରାନ୍ସରେ ଶୁକ୍ରବାରଠାରୁ ଇଣ୍ଟରନେଟ ସେବା ଅଚଳ ହୋଇପଡ଼ିବା ଯୋଗୁଁ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଫ୍ରାନ୍ସର ମହାକାଶ ସଂସ୍ଥା ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ଏକ ଉପଗ୍ରହ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥାର ପ୍ରାୟ ୯ ହଜାର ଉପଭୋକ୍ତା ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜର୍ମାନୀ, ଗ୍ରୀସ୍‌, ହଙ୍ଗେରୀ, ଇଟାଲୀ, ପୋଲାଣ୍ଡ ଆଦି ରାଷ୍ଟ୍ର ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଏହି ଦେଶଗୁଡ଼ିକରେ ଥିବା ସଂସ୍ଥାର ୪୦ହଜାର ଉପଭୋକ୍ତାଙ୍କର ଏଭଳି ଅବସ୍ଥା ହୋଇଛି। ଜର୍ମାନୀରେ ୫୮୦୦ ପବନ କଳ ଅଚଳ ହୋଇପଡ଼ିଛି। ଏହା ମାଧ୍ୟମରେ ୧୧ ଗିଗାୱାଟ ସେବା ପ୍ରଦାନ କରାଯାଇଥାଏ। ଜର୍ମାନୀ ସୂଚନା ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଯୁଦ୍ଧ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ‘ଟେସ୍‌ଲା’ ମୁଖ୍ୟ ତଥା ବିଶ୍ବର ଶ୍ରେଷ୍ଠ ଧନୀ ଏଲେନ୍‌ ମସ୍କ କହିଛନ୍ତି ଯେ ୟୁକ୍ରେନ୍‌କୁ ଯୋଗାଇ ଦିଆଇଥିବା ‘ଷ୍ଟାରଲିଙ୍କ’ ସହାୟତା ପ୍ରତି କ୍ଷତି ପହଞ୍ଚାଇବା ମସୁଧା କରୁଛି ରୁଷିଆ। ଏଥିପ୍ରତି ୟୁକ୍ରେନ୍‌ ସତର୍କତା ଅବଲମ୍ବନ କରିବା ଉଚିତ।

Breaking News