Report Card Odisha

| Daily Odia News

ତାଲିବାନ୍‌କୁ ମାନ୍ୟତା ଦେବାକୁ ମନାକଲା ୟୁରୋପିୟ ସଂଘ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ୍‌କୁ ବଡ ଝଟ୍‌କା ଦେଲା ୟୁରୋପିଆନ୍‌ ୟୁନିୟନ୍ । ଆଫଗାନିସ୍ତାନକୁ ଅଧିକାର କରିବା ପରେ ତାଲିବାନ୍‌ ଅତ୍ୟାଚାର ସବୁ ସୀମା ଟପିଯାଇଛି | ୟୁରୋପିୟ ସଂଘ ତାଲିବାନ୍‌କୁ ମାନ୍ୟତା ଦେବାକୁ ମନା କରିଦେଇଛି । ୟୁରୋପିଆନ୍‌ କମିଶନ ପ୍ରେସିଡେଣ୍ଟ ଉରସୁଲା ବୋନ ନିୟେନ୍ ଏନେଇ କହିଛନ୍ତି ଯେ, ତାଲିବାନ୍‌କୁ କେବଳ ମାନ୍ୟତା ଦିଆଯିବ ନାହିଁ ଏହାସହିତ ଆତଙ୍କବାଦୀଙ୍କ ସହିତ କୌଣସି ରାଜନୈତିକ କଥାବାର୍ତ୍ତା ମଧ୍ୟ ହେବ ନାହିଁ । ଆଫଗାନିସ୍ତାନକୁ ପାଖାପାଖି ସପ୍ତାହେ ପୂର୍ବରୁ ତାଲିବାନ୍‌ କବ୍‌ଜାକୁ ନେଇଛି । ଯାହାକୁ ନେଇ ୟୁନିଅନ୍‌ ଏହି ବୟାନ ଜାରି କରିଛି । ଲିୟେନ୍‌ କହିଛନ୍ତି ଯେ, ଚଳିତ ବର୍ଷ ଆଫଗାନିସ୍ତାନ ପାଇଁ ୫୭ ମିଲିୟନ୍‌ ୟୁରୋ ଦିଆଯିବାକୁ ଅନୁମତି ଦିଆଯାଇଥିଲା । ୟୁନିଅନ୍‌ ମାନବଧିକାରର ସୁରକ୍ଷା ଏବଂ ଏହାକୁ କାର୍ଯ୍ୟକାରୀ କରିବକୁ ପ୍ରତିବଦ୍ଧ । ସଂଖ୍ୟାଲଘୁଙ୍କୁ ଭଲରେ ଜୀବନ ଯାପନ କରିବା ଏବଂ ମହିଳା ଓ ଯୁବତୀ ମାନଙ୍କୁ ସମ୍ମାନ ଦେବା ପାଇଁ ୟୁନିୟନ୍‌ ସର୍ବଦା କାର୍ଯ୍ୟ କରିଆସୁଛି । ୟୁରୋପିଅନ୍‌ କମିଶନ୍‌ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ଆମେ ତାଲିବାନ୍‌ ଦ୍ୱାରା ଦିଆଯାଇଥିବା ଭଲ ପ୍ରତିଶୃତିକୁ ବିଚାର କରିପାରୁ କିନ୍ତୁ ଏହାର ପ୍ରତ୍ୟକ କାମକୁ ଆମେ ଭଲରେ ତର୍ଜମା କରିବୁ। କମିଶନ ୟୁରୋପିଅନ୍‌ ଦେଶଙ୍କୁ ଅର୍ଥ ଦେବାକୁ ପ୍ରସ୍ତୁତ ଥିଲା । ଯାହାକି ପ୍ରବାସୀ ମାନଙ୍କୁ ମଧ୍ୟ ସହାୟତା ହେଉଥିଲା । ପ୍ରବାସୀ ମାନଙ୍କୁ ପୁନର୍ବାସ କରିବାକୁ ନେଇ ପୁଣିଥରେ ଜି ସେଭେନ୍‌ ବୈଠକରେ ମୁଦ୍ଦା ଉଠାଇବେ ବୋଲି ନିୟେନ୍‌ କହିଛନ୍ତି ।

Breaking News