ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ରା ଲୋକସଭାରୁ ନିଲମ୍ବିତ ହୋଇଥିବା ବେଳେ ଏବେ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଜାରି କରାଯାଇଥିଲା | ମହୁଆ ଏହାକୁ ଖାତିର କରି ନ ଥଲେ। ଏହାପରେ ଗତକାଲି ପୁଣି ଥରେ ତାଙ୍କୁ ନୋଟିସ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି | ମହୁଆ ମୋଇତ୍ରା ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିଥିଲେ | ମାତ୍ର ସାଂସଦ ପଦ ଚାଲିଯିବା ପରେ ତାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ନିଷ୍କାସିତ କରାଯାଇଥିଲା। ଏହାପରେ ତାଙ୍କୁ ଆବଣ୍ଟିତ କରାଯାଇଥିବା ବଙ୍ଗଳା ଜାନୁଆରୀ ୭ ତାରିଖ ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏହାପରେ ମହୁଆ ବଙ୍ଗଳା ଖାଲି କରି ନ ଥିଲେ।






More Stories
କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ୮,୩୦୧ କୋଟି ମଞ୍ଜୁର…..
ଛଅ ପ୍ରମୁଖ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ…..
ଶପଥ ନେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ…..