ରିପୋର୍ଟ କାର୍ଡ / ମାଲକାନଗିରି
ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୮ ଜିଲ୍ଲାରେ ୪ ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କିନ୍ତୁ ଇଭିଏମରେ ତ୍ରୁଟି ପାଇଁ କିଛି ସ୍ଥାନରେ ପୋଲିଂ ଆରମ୍ଭ ବିଳମ୍ବ ହୋଇଛି। ମାଲକାନଗିରି କୁମୁଟିଗୁଡାରେ ୬୬ନଂ ବୁଥ , ନୂଆପଡାର ୧୦୧ନଂ ବୁଥ, ଖଡିଆଳ ଲୋହରାପାଲି ୮୯ ନଂ ବୁଥରେ ଇଭିଏମ ତ୍ରୁଟିରୁ ମତଦାନ ବିଳମ୍ବ ହୋଇଛି। ମାଲକାନଗିରି ପୌରପରିଷଦର ବିବିଗୁଡା ବୁଥ୍ରେ ମଧ୍ୟ ଇଭିଏମ ତ୍ରୁଟି ଦେଖାଦେଇଛି। ସେହିପରି ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଖଡ଼ିଆଳ ଲୋହରାପାଲି ୮୯ ବୁଥ୍, ଖଡ଼ିଆଳ ପୋଡ଼ାପାଲିର ୭୨ ନଂ ବୁଥ୍ ଏବଂ କୋରାପୁଟ ନିର୍ବାଚନ ମଣ୍ଡଳୀର ଆଦର୍ଶ ମତଦାନ କେନ୍ଦ୍ରରେ ୧୩୯ ବୁଥ ନମ୍ବରରେ ଇଭିଏମ୍ ମେସିନ ଖରାପ ଯୋଗୁ ମତଦାନରେ ବିଳମ୍ବ ହୋଇଛି।






More Stories
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..