ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଇଭିଏମ ପ୍ରଶିକ୍ଷଣ ଶିବିର । ଏ ନେଇ ଶୁକ୍ରବାର ମାଷ୍ଟର ଟ୍ରେନରଙ୍କୁ ଦିଆଯାଉଛି ତାଲିମ । ରାଜ୍ୟ ନିର୍ବାଚନ କମିଶନ ଅଫିସରେ ୧୫ଟି ଜିଲ୍ଲାର ମାଷ୍ଟର ଟ୍ରେନରଙ୍କୁ ଟ୍ରେନିଂ ଦିଆଯାଉଛି । ଏହା ଦୁଇ ଦିନ ଧରି ଚାଲିବ । ଶନିବାର ଆଉ ୧୫ଟି ଜିଲ୍ଲାରେ ମାଷ୍ଟର ଟ୍ରେନରକୁ ଦିଆଯିବ ତାଲିମ । ଏଥିରେ ଇଭିଏମ୍ ମେସିନ ପରିଚାଳନା, କିଭଳି ଭୋଟିଂ, ସିଲ, ନୋଟାରେ ଭୋଟିଂ ଏବଂ ଭୋଟ୍ ଗଣତି ନେଇ ତାଲିମ ଦିଆଯାଉଛି । ଏଥର ପୌରାଧ୍ୟକ୍ଷ ଏବଂ ମେୟର ପାଇଁ ସିଧାସଳଖ ଭୋଟିଂ ହେବ ଏଥିପାଇଁ ସ୍ବତନ୍ତ୍ର ଭୋଟିଂ ହେବ । ଏହି ମାଷ୍ଟର ଟ୍ରେନରମାନେ ଜିଲ୍ଲାରେ ଯାଇ ରିଟର୍ଣ୍ଣିଂ ଅଫିସର ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ତାଲିମ ଦିଆଯିବ । ଯଦି ଏଥିରେ କୌଣସି ଦ୍ବନ୍ଦ୍ବ ଉପୁଜିଲେ ଆଉ ଥରେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ତାଲିମ ଦିଆଯିବ ।
More Stories
ଯୁଦ୍ଧ ବିମାନ ଖସି ପଡ଼ିଥିବା ସ୍ୱୀକାର କଲେ ସିଡିଏସ୍…..
ଲଘୁଚାପ ନେବ ବାତ୍ୟା ରୂପ !୧୨ ଘଣ୍ଟା ମଧ୍ୟରେ ହେବ ଶକ୍ତିଶାଳୀ …..
ବିଜୁବାବୁଙ୍କୁ ସମ୍ମାନିତ କଲେ ରୁଷ ସରକାର….