Report Card Odisha

| Daily Odia News

ମନମୋହନ ସିଂହଙ୍କୁ ତୀବ୍ର ସମାଲୋଚନା କଲେ ଅର୍ଥମନ୍ତ୍ରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅର୍ଥନୀତି ପରିଚାଳନାରେ ବିଫଳ ହୋଇଥିବା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଗୁରୁବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଟୂ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀତ୍ବ କାଳରେ ମନମୋହନ ଭାରତକୁ ‘ଫ୍ରେଜିଲ୍‌ ଫାଇଭ୍‌’ ଏବଂ ଦ୍ରୁତ ମୁଦ୍ରାସ୍ଫୀତି ଆଣିଥିବା ଯୋଗୁଁ ଅଧିକ ସ୍ମରଣୀୟ ହୋଇଛନ୍ତି। ସେତେବେଳେ କ୍ଷମତାରେ ଥିଲେ ସୁଦ୍ଧା ଦେଶର ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ଚଳାଉଥିବା ‘ଏନ୍‌ଏସ୍‌ଇ’ ମୁଖ୍ୟ ଚିତ୍ରା ରାମକୃଷ୍ଣ ଜଣେ ହିମାଳୟ ଯୋଗୀଙ୍କ ପରାମର୍ଶ ଗ୍ରହଣ କରୁଥିବା କଥା ମନମୋହନ ସିଂହ ଜାଣିପାରି ନ ଥିଲେ। ପଞ୍ଜାବ ନିର୍ବାଚନ ପ୍ରତି ଧ୍ୟାନ ଦେଇ ହଠାତ୍‌ ମନମୋହନ ସିଂହ ଏଭଳି ସମାଲୋଚନା କରିଛନ୍ତି ବୋଲି ସୀତାରମଣ କହିଛନ୍ତି। ସେ କହିଛନ୍ତି, ଆପଣଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନବୋଧ ରହିଛି। ଆପଣଙ୍କ ଠାରୁ ମୁଁ ଏଭଳି କଥା ଆଶା କରି ନ ଥିଲି। ଆପଣଙ୍କ କଥା ମୋତେ ଖୁବ୍‌ ବାଧିଛି। ମୋଦୀ ଓ ସିଂହ ସରକାରଙ୍କ ସମୟର ଅର୍ଥନୈତିକ ତଥ୍ୟାବଳିକୁ ତୁଳନା କରି ସୀତାରମଣ କହିଛନ୍ତି, ସାମ୍ପ୍ରତିକ ଅର୍ଥନୈତିକ ସୂଚକାଙ୍କ ଯଥେଷ୍ଟ ଭଲ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନମୋହନଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ମୁଦ୍ରାସ୍ଫିତି କ୍ରମାଗତ ୨୨ ମାସ ଧରି ୨ଅଙ୍କବିଶିଷ୍ଟ ରହିଥିଲା ଏବଂ ଦେଶ ବାହାରକୁ ପାଣ୍ଠି ଚାଲିଯାଇଥିଲା। ଏ ଦୁଇଟି କଥା ପାଇଁ ସେ ଅଧିକ ସ୍ମରଣୀୟ ହୋଇ ରହିବେ।

 

Breaking News