Report Card Odisha

| Daily Odia News

BJDରେ ମିଶିବେ ଜର୍ଜ ତିର୍କୀ ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ | ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର କ୍ଷେତ୍ର ପ୍ରସ୍ତୁତ କରିବାରେ ବ୍ୟସ୍ତ । ରାଜନେତାଙ୍କର ଦଳବଦଳ କରିବାରେ ଲାଗିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ଜଣେ ଟାଣୁଆ ରାଜନେତା ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଖୁବଶୀଘ୍ର ବିଜେଡିରେ ଯୋଗଦେବେ । ସେ ବିଜେଡିରେ ମିଶିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି । ଆସନ୍ତା ମାର୍ଚ୍ଚ ମାସରେ ସେ ତାଙ୍କର ସମର୍ଥକଙ୍କ ସହ ବିଜେଡିରେ ଯୋଗଦେବେ ବୋଲି କହିଥିବା ଜଣାପଡ଼ିଛି ।

Breaking News