Report Card Odisha

| Daily Odia News

ଘାଟିରେ ଭୟଙ୍କର ବିସ୍ଫୋରଣ, ୮ ଆହତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଥର ବିସ୍ଫୋରଣ ହୋଇଛି। ବିଳମ୍ବିତ ରାତିରେ ବଜାଲତା ଗାଁରେ  ତୃତୀତ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ଜଣେ ପୋଲିସ କନଷ୍ଟେବଳ ଆହତ ହୋଇଛନ୍ତି। ଏହାପୂର୍ବରୁ ନରୱାଲର ଟ୍ରାନ୍ସପୋର୍ଟ ନଗରରେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ। ପୋଲିସର ସୂଚନା ମୁତାବକ, ସିଧରାର ବଜାଲତା ଛକରେ ଥିବା ଏକ ୟୁରିଆ ସାର ଭର୍ତ୍ତି ଟ୍ରକ୍‌ରେ ଏହି ବିସ୍ଫୋରଣ ଘଟିଛି। ସୁରିନ୍ଦର ସିଂହ ନାମକ ଜଣେ କନଷ୍ଟେବଳ ଡ୍ୟୁଟରେ ଥିବା ବେଳେ ଉକ୍ତ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରୁଥିଲେ। ଏହି ସମୟରେ ଟ୍ରକ୍‌ରେ ବିସ୍ଫୋରଣ ହୋଇଥିଲେ। ଫଳରେ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଯାଞ୍ଚରୁ ଏହା ପୂର୍ବ ଯୋଜନା ମୁତାବକ ବିସ୍ଫୋରଣ ଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଶନିବାର ଜମ୍ମୁର ନରୱାଲ ଅଞ୍ଚଳରେ ୩୦ ମିନିଟ ମଧ୍ୟରେ ଦୁଇଟି ବଡ ଧରଣ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ। ଏକ କବାଡି ଦୋକାନରେ ଏହି ବିସ୍ଫୋରଣ ଘଟିଥିଲା। ଜାନୁଆରୀ ୨୬ ପୂର୍ବରୁ ଜମ୍ମୁ-କଶ୍ମୀରରେ ଲଗାତର ଏଭଳି ବିସ୍ଫୋରଣ ହେଉଥିବା ଯୋଗୁଁ ଚାରିଆଡେ ହାଇ ଆଲର୍ଟ ଜାରି କରାଯାଇଛି। ସେପଟେ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ମଧ୍ୟ ପୂରା ଆଲର୍ଟ ରହିଛି ସୁରକ୍ଷାବାହିନୀ।

Breaking News