ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର କରାଚୀ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ଗୁରୁବାର ବିସ୍ଫୋରଣ ଘଟି ୧୬ ଜଣ ପ୍ରାଣ ହରାଇଛନ୍ତି। ଆହତ ଏଗାର ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରମଜାନ ମାସର ପ୍ରଥମ ଦିନ ପାଇଁ ଉକ୍ତ ଆପାର୍ଟମେଣ୍ଟର ଅନ୍ତେବାସୀମାନେ ସୂର୍ଯ୍ୟୋଦୟ ପୂର୍ବର ଖାଦ୍ୟ ପ୍ରସ୍ତୁତ କରୁଥିବାବେଳେ ବିସ୍ଫୋରଣ ଘଟିଥିବା କୁହାଯାଇଛି। ସମ୍ଭବତଃ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି। ପାକ୍ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିବାବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।






More Stories
ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ନୋଟିସ୍…..
ଚାଷୀଙ୍କୁ ବିବାହ କଲେ ମିଳିବ ଭତ୍ତା !…..
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..