Report Card Odisha

| Daily Odia News

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅବଧି ୨୦୨୬ କୁ ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଏପ୍ରିଲ ୧୩, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ତିନି ମାସ ତଳେ ଟ୍ରିବ୍ୟୁନାଲଙ୍କ ଅବଧିକୁ କେନ୍ଦ୍ର ସରକାର ଏପ୍ରିଲ ୧୩, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କେନ୍ଦ୍ର ଜଳଶକ୍ତି, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି, ଟ୍ରିବ୍ୟୁନାଲଙ୍କ ଦ୍ବାରା ଡିସେମ୍ବର ୧୪, ୨୦୧୯ରେ ପ୍ରଥମ ଶୁଣାଣି ହୋଇଥିଲା ବୋଲି ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏଥି ସହିତ କରୋନା ମହାମାରୀ କାରଣରୁ ମାର୍ଚ୍ଚ ୨୦୨୦ ରୁ ଜୁନ ୨୦୨୧ ଅବଧିକୁ ଅଣକାର୍ଯ୍ୟକ୍ଷମ ସମୟ ବୋଲି ମଧ୍ୟ ବିଚାର କରିବାକୁ ଟ୍ରିବ୍ୟୁନାଲ ଅନୁରୋଧ କରିଥିଲେ। ଯଦିଓ ୨୦୧୮ ମାର୍ଚ୍ଚ ୧୨ରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା, କେନ୍ଦ୍ର ସରକାର ବିଭିନ୍ନ ଦିଗକୁ ବିଚାର କରି ଟ୍ରିବ୍ୟୁନାଲଙ୍କ ଉଭୟ ଅନୁରୋଧକୁ ଗ୍ରହଣ କରିଥିବା ବିଜ୍ଞପ୍ତିରେ କୁହାଯାଇଛି।

 

Breaking News