Report Card Odisha

| Daily Odia News

ଫେସବୁକ୍ ରୁ ବି ରୋଜଗାର କରି ପାରିବେ ପଇସା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଆପଣ ଫେସବୁକ୍ ଜରିଆରେ ପଇସା ରୋଜଗାର କରିପାରିବେ | ଫେସବୁକ୍ ନିଜ ସେବାରେମନିଟାଇଯେଶନ ଫିଚର୍ ଯୋଯିବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ସୋସିଆଲ ନେଟ ୱାର୍କ ନୂଆ ଟୁଲ ର ପରୀକ୍ଷଣ କରୁଛି । ଯାହା ଗ୍ରୁପ୍ ଆଡମିନି କୁ ନୂଆ କିଣାକିଣି , ଫଣ୍ଡ ରେଶ୍, ମେମ୍ବର ସିପ ଫିଚର୍ ସହିତ ପଇସା ରୋଜଗାର କରିବାର ଅନୁମତି ଦେଉଚି । କମ୍ପାନୀ ନିଜର ବାର୍ଷିକ କମ୍ୟୁନିଟି ସବ୍ ମିଟ୍ ଇଭେଣ୍ଟ ରେ ଅପ୍ ଡେଟ୍ ଘୋଷଣା କରିଛି । ଯେଉଁ ଥିରେ କୁହାଯାଇଛି ଯେ ନୂଆ ସୁବିଧା ଗୁଡ଼ିକ ସେହି ଲୋକ ମାନଙ୍କୁ ସାହାଯ୍ୟ କରିବ ଯେଉଁ ମାନେ ଗ୍ରୁପ୍ କୁ ନିୟନ୍ତ୍ରଣ କରୁଛନ୍ତି । ଏହି ପରିବର୍ତ୍ତନ ସହିତ ଫେସବୁକ୍ ନିଜ କମ୍ୟୁନିଟିଜ୍ ରୁ ରୋଜଗାର କରିବା ପାଇଁ ଗ୍ରୁପ୍ ଆଡମିନୀ କୁ ୩ପ୍ରକାର ଯୋଦୁଚି । ପ୍ରଥମେ ଦୁଇଟି ସମୁଦାୟ ଦୋକାନ ଓ ଫଣ୍ଡ ରେଶର୍ସ ଭାବରେ ଅଛନ୍ତି । କମ୍ୟୁନିଟି ଦୋକାନ ଗୁଡ଼ିକ କୁ ଆଡ଼ମିନି ମାଧ୍ୟମରେ ଜିନିଷ ବିକ୍ରି କରିବାର ସୁଯୋଗ ଦେଉଛି । ଏଥିରେ ଆପଣ ପୋଷାକ ପତ୍ର ଓ ସାଜସଜ୍ଜା ସାମଗ୍ରୀ , କସ ମେଟିକ ଇତ୍ୟାଦି ବିକ୍ରି କରି ପାରିବେ । ନୂଆ ମନି ଟାଇଯେସନ୍ ଫିଚର୍ସ ବ୍ୟତୀତ ଫେସ୍ ବୁକ୍ ଗୃପ୍ସ ପାଇଁ ଅନ୍ୟ ଅପ୍ ଡେଟ୍ ର ଘୋଷଣା କରିଛି । ଯେଉଁଥିରେ ରହିଛି ନୂଆ ଅନୁକୂଳ ସୁବିଧା ଯାହା ଆଡ ମିନିଷ୍ଟ୍ରେସନ୍ କୁ ବ୍ୟାକ୍ ଗ୍ରାଉଣ୍ଡ ରଙ୍ଗ, ଫ୍ରଣ୍ଟ ଷ୍ଟାଇଲ, ଓ ଗ୍ରୁପ୍ କୁ ଦେଖିବାର ଓ ପରିବର୍ତ୍ତନ କରିବାର ଅନୁମତି ଦେଉଛି ।

Breaking News