ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁନ୍ଦର ତ୍ୱଚା ସମସ୍ତଙ୍କର ପସନ୍ଦ | ତ୍ୱଚା କିଭଳି ସୁନ୍ଦର ଦେଖାଯିବ ସେଥି ପାଇଁ ଅନବରତ ପ୍ରୟାସ କରାଯାଇଥାଏ | ବର୍ତ୍ତମାନ ସମୟରେ ଦାଗ, ବ୍ରଣ ସଭିଁଙ୍କ ପାଇଁ ମଧ୍ୟ ବିରାଟ ସମସ୍ୟା ପାଲଟିଛି। ନିଜ ପାଇଁ ସ୍ୱଳ୍ପ ସମୟ ଦେଇ ଆପଣ ସାଧାରଣ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜାଣନ୍ତୁ ତାହା କ’ଣ..
ପୁଦିନା ପତ୍ରରେ ଭିଟାମିନ ସି ଓ ଆଇରନ ରହିଛି। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଏହା ମୁହଁର କଳାଦାଗ ଦୂର କରିବା ସହ ମୁହଁ ପାଇଁ କ୍ଷତିକାରକ ହୋଇନଥାଏ। ତେଣୁ ପୁଦିନା ପତ୍ରର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁହଁରେ ଲଗାନ୍ତୁ।
ପୁଦିନା ପତ୍ରରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ବ୍ୟାକ୍ଟେରିଅଲ ଗୁଣ ରହିଛି। ତେଣୁ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁରୁ ସମସ୍ତ କ୍ଷତିକାରକ ପଦାର୍ଥ ବାହାର କରିଦେଇଥାଏ। ଫଳରେ ମୁହଁର ସୁନ୍ଦରତା ବଜାୟ ରହିଥାଏ।
ପୁଦିନାପତ୍ରରେ ଆଣ୍ଟିସେଫଟିକ ଗୁଣ ରହିଛି। ଯାହା ଫଳରେ ଏହା ମୁହଁର ମୃତକୋଷିକା ଗୁଡ଼ିକୁ ଦୂର କରିଥାଏ। ଫଳରେ ମୁହଁର ଚମକ ବଢିଥାଏ।
ମୁହଁରେ କୌଣସି ପ୍ରକାରର ଦାଗ ହୋଇଥିଲେ କିମ୍ବା କୁଣ୍ଡାଇ ହେଲେ ପୁଦିନା ପତ୍ର ଏହି ସମସ୍ୟା ଦୂର କରିଥାଏ।
କଦଳୀକୁ ଚକଟି ଏଥିରେ କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ।
ବେସନରେ କ୍ଷୀର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
‘ମୋ ସ୍କୁଲ ଅଭିଯାନ’ର ନାଁ ବଦଳିଲା,ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ…..