Report Card Odisha

| Daily Odia News

ଦେଶକୁ ବିଭ୍ରାନ୍ତ କରୁଛି ଇଣ୍ଡିଆ ମେଣ୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଧର୍ମ ଆଧାରରେ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ଦୋହରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଇଣ୍ଡିଆ ମେଣ୍ଟ ଏହି ପ୍ରସଙ୍ଗରେ ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି। ଚଳିତ ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ସଂରକ୍ଷଣ ପ୍ରସଙ୍ଗ କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ପରସ୍ପରକୁ ଟାର୍ଗେଟ କରିଛନ୍ତି। ସଂରକ୍ଷଣକୁ ଶେଷ କରିବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ ଆମ ସମ୍ବିଧାନରେ ଧର୍ମ ଆଧାରରେ ସଂରକ୍ଷଣର କୌଣସି ବ୍ୟବସ୍ଥା ନାହିଁ। ଧର୍ମ ଆଧାରରେ କୌଣସି ସଂରକ୍ଷଣ ଦିଆଯିବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିବା ସଂରକ୍ଷଣ ପ୍ରକ୍ରିୟା ଜାରି ରହିବ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମାନ କଥା କହୁଛନ୍ତି। ଭୋଟ୍ ହାତେଇବା ପାଇଁ ବିରୋଧୀ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଭାରତୀୟ ରାଜନୀତିରେ ବିଶ୍ୱସନୀୟତାର ସଙ୍କଟ ସୃଷ୍ଟି କରିବା ପାଇଁ କଂଗ୍ରେସ ଓ ଏହାର ସହଯୋଗୀମାନେ ଦାୟୀ ବୋଲି ରାଜନାଥ କହିଛନ୍ତି। ବିଜେପି ସମ୍ବିଧାନକୁ ପୁନର୍ଲିଖିତ କରିବାକୁ ଚେଷ୍ଟା କରୁଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ସେ ଭିତ୍ତିହୀନ ବୋଲି କହିଛନ୍ତି। ସମ୍ବିଧାନରେ ସର୍ବାଧିକ ସଂଶୋଧନ ସେମାନେ (କଂଗ୍ରେସ) କରିଛନ୍ତି। ଆମେ ସମସ୍ତେ ଚାହୁଥିଲୁ, ସମ୍ବିଧାନର ପ୍ରସ୍ତାବନାରେ କୌଣସି ପରିବର୍ତ୍ତନ ନ ହେଉ, କିନ୍ତୁ କଂଗ୍ରେସ ସରକାର ୧୯୭୬ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏଥିରେ ପରିବର୍ତ୍ତନ କରିଥିଲେ। ଦଳ ୪୦୦ ଲୋକସଭା ଆସନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ପ୍ରସଙ୍ଗରେ ରାଜନାଥ ସିଂହ କହିଛନ୍ତି, ସାରା ଦେଶର ରାଜନୈତିକ ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ ଏଥର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିବ। ଆମେ କେବଳ ଆମର ଲକ୍ଷ୍ୟ ୪୦୦ ବୋଲି ଧାର୍ଯ୍ୟ କରିଛୁ ଏବଂ ତାହାକୁ ନେଇ ଆଗକୁ ବଢ଼ୁଛୁ।

Breaking News