ରିପୋର୍ଟ କାର୍ଡ / ମୟୁରଭଞ୍ଜ
ମଣିଷ ଦେହରେ ପଶୁଙ୍କ ଇଞ୍ଜେକ୍ସନ ଦେଲା ନକଲି ଡାକ୍ତର । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ । ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ବ୍ୟବହାର କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି l ସମ୍ପୃକ୍ତ ଠକ ଚିକିତ୍ସକଙ୍କୁ ଥାନାରେ ଅଟକ ପରେ ଅଣ୍ଡରଟେକିଙ୍ଗ ରଖି ଛାଡି ଦିଆଯାଛି l ତେବେସମ୍ପୃକ୍ତ ଠକ ଚିକିତ୍ସକ ଡାକ୍ତରୀ କିମ୍ବା ଫାର୍ମାସିଷ୍ଟ ପାଠ ପଢି ନାହାନ୍ତି l ତାଙ୍କର ପ୍ରାକ୍ଟିସ ଅଛି ବୋଲି ସେ ଦାବି କରୁଛନ୍ତି l ଖବର ଅନୁଯାୟୀ, ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କର ଅଣ୍ଟା ବ୍ୟଥା ହେଉଥିଲା l ଠକ ଚିକିତ୍ସକ ନିଜକୁ ଠାକୁରମୁଣ୍ଡା ଡାକ୍ତରଖାନାରୁ ଆସିଥିବା ପରିଚୟ ଦେବାରୁ ଶ୍ରୀକାନ୍ତଙ୍କ ପତ୍ନୀ ତାଙ୍କୁ ଘରକୁ ଡାକିନେଇଥିଲେ । ଠକ ଚିକିତ୍ସକ ବିଶ୍ୱନାଥ ବେହେରା ଶ୍ରୀକାନ୍ତଙ୍କ ଶରୀର ପରୀକ୍ଷା କରି ୩ଟି ଇଞ୍ଜେକ୍ସନ ଦେଇଥିଲେ । ଟଙ୍କା ମାଗିବାରୁ ପୁଅକୁ ଡକେଇଲେ । ପୁଅ ଆସି ଦେଖନ୍ତିତ ଇଞ୍ଜେକ୍ସନ ପଶୁଙ୍କ ପାଇଁ ଉଦ୍ଦିଷ୍ଟ । ସଙ୍ଗେ ସଙ୍ଗେ ପୂର୍ବତନ ସମିତି ସଭ୍ୟଙ୍କୁ ଡାକି ଥାନାକୁ ନେଇଥିଲେ । ଥାନାରେ ଏକ ଅଣ୍ଡରଟେକିଙ୍ଗ ଲେଖାଇ ଛଡ଼ା ଯାଇଥିବା ଜଣାପଡିଛି । ବିଶ୍ୱନାଥ ବେହେରାଙ୍କ ଘର ଆନନ୍ଦପୁର କଣ୍ଟିପାଳ ଗ୍ରାମରେ । ସେ ଶ୍ରୀକାନ୍ତଙ୍କୁ ମେଲାକ୍ସିକାମ ଇଞ୍ଜେକ୍ସନ ଦେଇଥିବା ଏବଂ ଖୋଳରେ ମଣିଷଙ୍କ ପାଇଁ ନୁହେଁ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଲେଖାଥିବା ଦେଖିବାକୁ ମିଳିଛି ।
More Stories
କେନ୍ଦ୍ର ସରକାର ଆଠଟି ବିଲ ଆଗତ କରିବାକୁ ପ୍ରସ୍ତୁତ, ହଟ୍ଟଗୋଳ ଆଶଙ୍କା…..
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର: ବବି,ଡାନି ସୁଲତା ଆହତ…..
ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ…..