Report Card Odisha

| Daily Odia News

ନକଲି ଜିଏସ୍‌ଟି ଅଧିକାରୀ ଗିରଫ…. 

ରିପୋର୍ଟ କାର୍ଡ / ଗଂଜାମ  

ଜିଏସ୍‌ଟି ଅଧିକାରୀ ଦର୍ଶାଇ ଲୋକଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଗଂଜାମ ଜିଲ୍ଲାର ଛତ୍ରପୁର ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସୀମାଞ୍ଚଳ ପଣ୍ଡା ,ସୁଶାନ୍ତ କୁମାର ଦଳାଇ , ଦେବାଶିଷ ପଟ୍ଟନାୟକ , ଓ ଗୋପାଳ ରାଓ। ଅଭିଯୁକ୍ତମାନଙ୍କ ମଧ୍ୟରୁ ସୀମାଞ୍ଚଳ ଗୋଷାଣୀନୂଆଗାଁ ଅଂଚଳର ହୋଇଥିଲା ବେଳେ ଅନ୍ୟ ୩ ଜଣ ଛତ୍ରପୁର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୧ ଲକ୍ଷ ୪୦ ହଜାର ଟଙ୍କା ସହ ୨ଟି କାର, ୫ଟି ମୋବାଇଲ ଜବତ, ୬୦ ବସ୍ତା ଗୁଟ୍‌ଖା ମଧ୍ୟ ଜବତ କରିଛି।ସୂଚନା ଅନୁସାରେ- ଗତ ୨୧ ତାରିଖ ଦିନ ଅପରାହ୍‌ଣ ୪ଟାରେ ଆନ୍ଧ୍ର ପ୍ରଦେଶର ଜଣେ ଟ୍ରକ୍‌ ଚାଳକ ଏମ୍‌ ରମେଶ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ‌ ସେ ଯେତେବେଳେ କୋଲକାତାରୁ ଚାଉଳ ଓ ଡିଲକ୍ସ ପାନ ମସଲା ନେଇ ଆନ୍ଧ୍ରପ୍ରଦେଶରୁ ଯାଉଥିଲେ, ଛତ୍ରପୁର ଉଜଲେଶ୍ବର ରେଲୱେ ଓଭରବ୍ରିଜ୍‌ ନିକଟରେ ଉପରୋକ୍ତ ଅଭିଯୁକ୍ତମାନେ ଅଟକାଇଥିଲେ। ଅଭିଯୁକ୍ତମାନେ ନିଜକୁ ଜିଏସ୍‌ଟି ଅଧିକାରୀ ବୋଲି ପରିଚୟପତ୍ର ଦେଖାଇଥିଲେ। ଏଥି ସହିତ ଟ୍ରକ ମାଲିକଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥି ସହିତ ଅଭିଯୁକ୍ତମାନେ ୧,୪୦,୦୦୦ ଟଙ୍କା ନେଇଯାଇଥିଲେ। ଅଭିଯୁକ୍ତମାନେ ଟ୍ରକରୁ ବଳପୂର୍ବକ ୬୦ ପ୍ୟାକେଟ ଡିଲକ୍ସ ପାନ ମସଲା ଜବତ କରିଥିଲେ। ‌ତେବେ ଏନେଇ ଟ୍ରକ ଚାଳକ ଥାନାରେ ଏତଲା ଦେଇଥିଲେ।ଏହାପରେ ପୋଲିସ ତଦନ୍ତ ପରେ ୪ଜଣ ଧରାପଡ଼ିଛନ୍ତି |

 

 

Breaking News