ରିପୋର୍ଟ କାର୍ଡ / କଟକ
ରାଜ୍ୟରେ ଜାଲ୍ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଛନ୍ତି ଶହ ଶହ ଜାଲ୍ ଶିକ୍ଷକ । ଏତେ ସ୍ୱଚ୍ଛତା ମଧ୍ୟରେ ରାଜ୍ୟରେ କିଭଳି ଜାଲ୍ ଶିକ୍ଷକ ନିଯୁକ୍ତି ପଛନ୍ତି ପ୍ରଶ୍ନ ବାଛି ସୃଷ୍ଟି କରିଛି | ଏହି ଶିକ୍ଷକଙ୍କ ପାଇଁ ଆରମ୍ଭ ହୋଇଛି ଗଣଶିକ୍ଷା ବିଭାଗର ତନାଘନା । ତେବେ ୨୦୧୮ରୁ ଇତିମଧ୍ୟରେ ୨ ଶହରୁ ଅଧିକ ଶିକ୍ଷକ ଓ ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସହ କେତେକଙ୍କ ନାମରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯାଇଛି । ୧୫୦ ଜଣ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ ତଥ୍ୟରୁ ସୂଚନା ମିଳିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଉକ୍ତ ଶତାଧିକ ଶିକ୍ଷକଙ୍କ ମଧ୍ୟରେ କିଛି ରେଗୁଲାର ଶିକ୍ଷକ ରହିଥିବାରୁ ଦୀର୍ଘଦିନ କିପରି ଚାକିରିରେ ରହିବେ ସେଥିନେଇ କୋଟନୀତି ଚଳାଇଛନ୍ତି । ତେବେ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବାଲେଶ୍ୱର, ଭଦ୍ରକ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ଢେଙ୍କାନାଳ, ନବରଙ୍ଗପୁର, ସୁନ୍ଦରଗଡ଼, ରାୟଗଡ଼ା, ମୟୂରଭଞ୍ଜ, ବୋଲଗଡ଼, ସମ୍ବଲପୁର, ପୁରୀ, କେନ୍ଦୁଝର, ଗଜପତି, କଳାହାଣ୍ଡି, ନୂଆପଡ଼, ଜଗତସିଂହପୁର, କୋରାପୁଟ, ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ, ଡିପିସି ଓ ବିଇଓଙ୍କୁ ପ୍ରମାଣପତ୍ରରେ ତ୍ର୍ରୁଟି ଥିବା ନେଇ ପତ୍ର ଲେଖିଛନ୍ତି । ଏଥିସହ ଓଡ଼ିଶା ଚାକିରି ସର୍ତ୍ତାବଳୀ ନିୟମ ଅନୁଯାୟୀ ସେମାନଙ୍କୁ ବହିଷ୍କାର ନେଇ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ବହୁ ଶିକ୍ଷକ ରାଜ୍ୟ ଓ ରାଜ୍ୟ ବାହାରୁ ଜାଲ୍ ବିଏଡ ପ୍ରମାଣପତ୍ର ଆଣି ନିଯୁକ୍ତି ପାଉଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….